ଓଡିଶା

odisha

ETV Bharat / sports

World Cup 2023: ଆଜି ଅଷ୍ଟ୍ରେଲିଆ- ଶ୍ରୀଲଙ୍କା ମୁକାବିଲା

ବିଶ୍ବକପ 2023ରେ ଆଜି 14ତମ ଲିଗ୍‌ ମ୍ୟାଚରେ 5 ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଅଧିକ ପଢନ୍ତୁ

World Cup 2023 Australia vs Srilanka
World Cup 2023

By ETV Bharat Odisha Team

Published : Oct 16, 2023, 10:48 AM IST

ଲକ୍ଷ୍ନୌ:କ୍ରିକେଟ ମହାକୁମ୍ଭ ବିଶ୍ବକପ 2023ରେ ଆଜି(ସୋମବାର) 14ତମ ଲିଗ ମ୍ୟାଚ୍‌ ଖେଳାଯିବ । ଏଥିରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଅପରାହ୍ନ 2ଟାରେ ଏହି ମ୍ୟାଚ ଖେଳାଯିବ । ଉଭୟ ଟିମ ନିଜ ନିଜର ପ୍ରଥମ 2ଟି ମ୍ୟାଚ ହାରିଛନ୍ତି । ତେଣୁ ଆଜିର ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । 5 ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ପାଇଁ ଏକ ପ୍ରକାର କର ବା ମର ପରିସ୍ଥତି ହୋଇଛି । ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକ୍କନା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷରେ ଜିତି ପରାଜୟ ଧାରାକୁ ଭାଙ୍ଗିବାକୁ ପ୍ରୟାସ କରିବ ଦଳ ।

ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା:ବିଶ୍ବକପରେ ସବୁଠୁ ସଫଳ ଦଳ ଅଷ୍ଟ୍ରେଲିଆ । 5 ଥର ବିଶ୍ବକପ ଚମ୍ପିଆନ ହୋଇଛି କଙ୍ଗାରୁ ଦଳ । ମାତ୍ର ଚଳିତ ବିଶ୍ବକପରେ ଦଳ ତାର ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି । ଏପର୍ଯ୍ୟନ୍ତ ବିଜୟର ସ୍ବାଦ ଚାଖି ପାରିନାହିଁ ଅଷ୍ଟ୍ରେଲିଆ । ଭାରତ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ହାରି ପଏଣ୍ଟ୍ସ ଟେବୁଲର ନିମ୍ନରେ ପଡ଼ିଛି କଙ୍ଗାରୁ ଦଳ । ବିଶ୍ବକପ୍‌ରେ ଆଗକୁ ତିଷ୍ଠିବାକୁ ହେଲ ଦଳ ପାଇଁ ବିଜୟ ଜରୁରୀ ହୋଇ ପଡ଼ିଛି । ସେମିଫାଇନାଲ୍‌ରେ ପହଞ୍ଚିବାକୁ ହେଲେ 7ଟି ଲିଗ୍‌ ମ୍ୟାଚରୁ ଦଳକୁ ଅତିକମରେ 6ଟି ମ୍ୟାଚ ଜିତିବାକୁ ହେବ । ଅଷ୍ଟ୍ରେଲିଆ ବ୍ୟାଟର ଏଯାଏଁ କୌଣସି ଚମତ୍କାର କରି ନାହାନ୍ତି । ଡେଭିଡ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଅର୍ଦ୍ଧଶତକ ହାସଲ କରିନାହାନ୍ତି । ତେଣୁ ଆଜି ଦଳର ଅନ୍ୟ ବ୍ୟାଟରଙ୍କ ଉପରେ ନଜର ରହିବ । ଦଳ ଆଜି ଏକାଦଶରେ ପରିବର୍ତ୍ତନ କରିପାରେ । ଜୋସ ଇଂଲିଶ ୱିକେଟ କିପର ଦାୟିତ୍ବ ତୁଲାଇବେ । କାମରେନ ଗ୍ରୀନ ଖେଳି ନପାରନ୍ତି ।

ସେପଟେ ଶ୍ରୀଲଙ୍କା ମଧ୍ୟ ତାର ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି । ମାତ୍ର ବିପକ୍ଷକୁ କଡ଼ା ଟକ୍କର ଦେଇଛି । ଦଳର ଆହତ ସମସ୍ୟାର ଫାଇଦା ନେଇପାରେ କଙ୍ଗାରୁ ଦଳ । ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାଣକା ଆହତ ହୋଇଛନ୍ତି । ତାଙ୍କ ସ୍ଥାନରେ କୁଶଳ ମେଣ୍ଡିସ ଅଧିନାୟକ ଭାର ସମ୍ଭାଳିବେ । କୁଶଳ ମେଣ୍ଡିସ ଓ ସମରବିକ୍ରମ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ । ଆଜି ମଧ୍ୟ ଏହି ଦୁଇ ଖେଳାଲିଙ୍କ ଉପରେ ନଜର ରହିବ । ଅଷ୍ଟ୍ରେଲିଆ ବିପକ୍ଷରେ ଜିତି ଆଜି ପରାଜୟ ଧାରାକୁ ଭାଙ୍ଗିବାକୁ ପ୍ରୟାସ କରିବ । ଦାସୁନ ଶାଣକା ବିଶ୍ବକପରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଚମିକା କରୁଣାରତ୍ନେଙ୍କୁ ଦଳରେ ସାମିଲ କରାଯାଇଛି । ଏକ ଦିବସୀୟ ବିଶ୍ବକପ୍‌ ଇତିହାସରେ ଦୁଇଦଳ ପରସ୍ପରକୁ 11ଥର ଭେଟିଥିଲେ । ଅଷ୍ଟ୍ରେଲିଆ 8 ଥର ଓ ଶ୍ରୀଲଙ୍କା 2 ଥର ମ୍ୟାଚ୍‌ ଜିତିଛନ୍ତି । ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରି ନାହିଁ ।

ଏହା ବି ପଢନ୍ତୁ...Cricket World Cup 2023: ପରାଜୟଧାରାକୁ ନେଇ ଚିନ୍ତିତ ଅଷ୍ଟ୍ରେଲିଆ ଅଧିନାୟକ, କହିଲେ ଆମ ପାଇଁ ସବୁ ମ୍ୟାଚ୍‌ ଫାଇନାଲ୍‌ ପରି

ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳ:ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ, ମାର୍ନସ ଲାବୁସାନ, ଜୋସ ଇଂଲିଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟଇନିସ, ମିଚେଲ ଷ୍ଟାର୍କ, ପ୍ୟାଟ କମିନ୍ସ (ଅଧିନାୟକ), ଆଡାମ ଜାମ୍ପା, ଜୋସ ହାଜେଲଉଡ ।

ଶ୍ରୀଲଙ୍କା ସମ୍ଭାବ୍ୟ ଦଳ:ପଥୁମ ନିଶଙ୍କା, କୁଶଲ ପେରେରା, କୁଶଳ ମେଣ୍ଡିସ (ଅଧିନାୟକ), ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା, ଧନଞ୍ଜୟ ଡି ସିଲଭା, ଦୁନିଥ ୱେଲାଲଗେ, ଚମିକା କରୁଣାରତ୍ନେ, ମହୀଶ ତୀକ୍ଷଣା, କାସୁନ ରଜିଥା, ଦିଲସାନ ମଦୁଶଙ୍କା ।

ABOUT THE AUTHOR

...view details