ଚେନ୍ନାଇ:କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 ଜାରି ରହିଛି । ଆଜି 21ତମ ଲିଗ୍ ମ୍ୟାଚ୍ ଖେଳାଯିବ । ଚେନ୍ନାଇର ଚେପକ୍ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ପାକିସ୍ତାନ । ଆଫଗାନିସ୍ତାନ ତୃତୀୟ ବିଜୟ ଲକ୍ଷ୍ୟରେ ରହିଥିବା ବେଳେ ପାକିସ୍ତାନ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି । ଲଗାତାର ଦୁଇଟି ମ୍ୟାଚ୍ରେ ପରାସ୍ତ ହେବା ପରେ ପାକିସ୍ତାନ ପାଇଁ ବିଜୟ ଜରୁରୀ ହୋଇଛି । ସେପଟେ ଆଫଗାନିସ୍ତାନ ଆଉ ଏକ ବିପର୍ଯ୍ୟୟ ଘଟାଇବାକୁ ଲକ୍ଷ୍ୟ ରଖିଛି ।
ଉଭୟ ଦଳ 4ଟି ଲେଖାଏ ମ୍ୟାଚ୍ ଖେଳି ସାରିଛନ୍ତି । ପାକିସ୍ତାନ 2ଟି ମ୍ୟାଚ୍ ଜିତିଥିବା ବେଳେ ଆଫଗାନିସ୍ତାନ ଗୋଟିଏ ମ୍ୟାଚ୍ ଜିତିଛି । 3 ମ୍ୟାଚ୍ରେ ପରାସ୍ତ ହୋଇଥିଲେ ବି ଆଫଗାନିସ୍ତାନ ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡକୁ ଯେଉଁଭଳି ଭାବେ ପରାସ୍ତ କରିଥିଲା ତାହା ବେଶ ପ୍ରଶଂସନୀୟ । ଆଜି ଆଫଗାନିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରି କମବ୍ୟାକ୍ ଲକ୍ଷ୍ୟରେ ରହିଛି ପାକିସ୍ତାନ୍ । ସେପଟେ ଆଫଗାନିସ୍ତାନ ଆଉ ଏକ ବିପର୍ଯ୍ୟୟ ଘଟାଇବାକୁ ପ୍ରୟାସ କରିବ । ଆଫଗାନିସ୍ତାନକୁ ଦୁର୍ବଳ ବିବେଚନା କରିବା ଦଳ ପାଇଁ ଭାରି ପଡ଼ିପାରେ । ବିପର୍ଯ୍ୟୟ ଘଟାଇବା ନେଇ ଆଫଗାନିସ୍ତାନ ପାଖରେ ଯଥେଷ୍ଟ କ୍ଷମତା ରହିଛି ଯାହାର ପ୍ରମାଣ ଡିଫେଣ୍ଡିଂ ଚମ୍ପିଆନ ବିପକ୍ଷରେ ପ୍ରମାଣ କରି ସାରିଛି । ଦଳରେ ରାସିଦ ଖାନ ଓ ମୁଜିବ ଉର ରେହମାନଙ୍କ ଭଳି ସ୍ପିନର ରହିଛନ୍ତି । ବାବର ସେନା ପାଇଁ ଦୁଇ ସ୍ପିନର ଘାତକ ସାବ୍ୟସ୍ତ ହୋଇପାରନ୍ତି । ସେପଟେ ମହମ୍ମଦ ରିଜୱାନୀ ଫୁଲ ଫର୍ମରେ ରହିଛନ୍ତି ଆଜି ସେ 13 ରନ୍ କଲେ 2000 ରନ୍ ପୂରଣ କରିବେ । ପାକିସ୍ତାନକୁ କମବ୍ୟାକ କରିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ହେବ ।