ଓଡିଶା

odisha

By ETV Bharat Odisha Team

Published : Nov 3, 2023, 10:53 AM IST

ETV Bharat / sports

World Cup 2023: ଆଜି ନେଦରଲାଣ୍ଡସ-ଆଫଗାନିସ୍ତାନ ମୁକାବିଲା, କଡ୍ଡା ହେବ ଫାଇଟ୍

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି 34ତମ ଲିଗ ମ୍ୟାଚରେ ନେଦରଲାଣ୍ଡସ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ଖେଳାଯିବ । ଅଧିକ ପଢନ୍ତୁ

Cricket World Cup 2023
ନେଦରଲାଣ୍ଡସ ବନାମ ଆଫଗାନିସ୍ତାନ

ଲକ୍ଷ୍ନୌ: ଲିଗ ପର୍ଯ୍ୟାୟ ମ୍ୟାଚ ସରି ସରି ଆସୁଛି । ସେମି ଫାଇନାଲ ନିକଟ ହେଉଛି । କିଏ ମାରିବ ବାଜି କାହାର କଟିବ ପତ୍ତା ଏ ନେଇ ଦଳ ମଧ୍ୟରେ ଜୋରଦାର ଲଢେଇ ଆରମ୍ଭ ହୋଇଛି । ସେମି ଫାଇନାଲରେ ପ୍ରବେଶ କରିବାକୁ ଦଳ ମଧ୍ୟରେ ଫାଇଟ ଟାଇଟ ହୋଇଛି । ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି 34ତମ ଲିଗ ମ୍ୟାଚ ଖେଳାଯିବ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ଆଫଗାନିସ୍ତାନ ଓ ନେଦରଲାଣ୍ଡର ପରସ୍ପରକୁ ଭେଟିବେ । ଉଭୟ ଦଳ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛନ୍ତି ।

ଆଫଗାନିସ୍ତାନ 6ଟି ମ୍ୟାଚ ଖେଳି 6 ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛି । ଶେଷ 3ଟି ମ୍ୟାଚ ଜିତିଲେ ଦଳ 12 ପଏଣ୍ଟରେ ପହଞ୍ଚିବ । ନେଦରଲାଣ୍ଡସ 6ଟି ମ୍ୟାଚ ଖେଳି 2ଟି ଜିତିଛି । 4ପଏଣ୍ଟ ହାସଲ କରି ଅଷ୍ଟମ ସ୍ଥାନରେ ରହିଛି । ଆଗକୁ ଦଳ 3ଟି ମ୍ୟାଚ ଜିତିଲେ 10 ପଏଣ୍ଟ ଅର୍ଜନ କରିବ । ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇବା ପରେ ଆଫଗାନିସ୍ତାନର ମନୋବଳ ଦୃଢ ରହିଛି । ଦଳରେ ରାସିଦ ଖାନ, ମୁଜିବ ରେହମାନଙ୍କ ଭଲି ଦମଦାର ସ୍ପିନର ରହିଛନ୍ତି । ନେଦରଲାଣ୍ଡସ ବିପକ୍ଷରେ ଆଫଗାନିସ୍ତାନର ବିଜୟ ସମ୍ଭାବନା ଅଧିକ । ମୁଜିବ ଆଜି ଗୋଟିଏ ୱିକେଟ ନେଲେ 100 ଦିନିକିଆ ୱିକେଟ କ୍ଲବରେ ସାମିଲ ହେବେ । ଆଫଗାନିସ୍ତାନର ଚତୁର୍ଥ ବୋଲର ଭାବେ ଏହି ସଫଳତା ହାସଲ କରିବେ । ଦଳ ଆଜି ତାର ଏକାଦଶରେ ପରିବର୍ତ୍ତନ କରିପାରେ ।

ସେପଟେ ସେମି ଫାଇନାଲ ନିକଟ ହେଉଥିବାରୁ ନେଦରଲାଣ୍ଡସ ଜୋରଦାର ପ୍ରସ୍ତୁତି କରିଛି । ଆଫଗାନିସ୍ତାନକୁ କଡା ଟକ୍କର ଦେବାକୁ ସ୍କଟ ଏଡୱାର୍ଡ୍ସ ସେନା ପ୍ରସ୍ତୁତ ରହିଛି । ଚଳିତ ବିଶ୍ବକପରେ ଶ୍ରେଷ୍ଠ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିପର୍ଯ୍ୟୟ ଘଟାଇଥିଲା ଦଳ । ଦକ୍ଷିଣ ଆଫ୍ରିକାକୁ 38ରନରେ ପରାସ୍ତ କରିଥିଲା । ତେଣୁ ଦଳକୁ ହାଲୁକା ନେବା ଭାରି ପଡିପାରେ । ନେଦରଲାଣ୍ଡସ ଏକାଦଶ ଅପରିବର୍ତ୍ତିତ ରହିବ ।

ଏହା ବି ପଢନ୍ତୁ...World Cup 2023: ମଉଳିନି ସେମି ଆଶା, ଏବେ ବି ରେସ୍‌ରେ ପାକିସ୍ତାନ ସମେତ 9 ଟିମ୍

ପିଚ୍ ରିପୋର୍ଟ:ଲକ୍ଷ୍ନୌ ପିଚ୍ ମନ୍ଥର ରହିବ । ସ୍ପିନରମାନେ ଏହି ପିଚର ଫାଇଦା ଉଠାଇବେ ବୋଲି ଆକଳନ କରାଯାଉଛି । ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ସ୍ପିନରଙ୍କ କମାଲ ଦେଖିବାକୁ ମିଳିଥିଲା । ବ୍ୟାଟରଙ୍କ ଅପେକ୍ଷା ବୋଲର ସଫଳ ହୋଇଥିଲେ । ଟସ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିନ୍ତ ।

ଆଫଗାନିସ୍ତାନ ସମ୍ଭାବ୍ୟ ଦଳ:ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜାଡୁନ, ରହମତ ଶାହ, ହସମତୁଲ୍ଲା ସାହିଦି (ଅଧିନାୟକ), ଅଜମତୁଲ୍ଲା ଓମାରଜାଇ,ଇକରାମ ଅଲିଖିଲ, ମହମ୍ମଦ ନବି, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ ଉଲ ହକ/ନୁର ଅହମ୍ମଦ, ଫଜଲହକ ଫାରୁକି ।

ନେଦରଲାଣ୍ଡସ ସମ୍ଭାବ୍ୟ ଦଳ:ମାକ୍ସ ଓ ଦାଉଦ, ବିକ୍ରମଜିତ ସିଂହ, ୱେସଲି ବାରେସି, କଲିନ ଆକରମାନ, ସ୍କଟ ଏଡୱାର୍ଡ୍ସ (ଅଧିନାୟକ), ବାସ ଡି ଲିଡ, ସାଇବ୍ରାଣ୍ଡ ଏଙ୍ଗଲବ୍ରେଚ, ଲୋଗାନ ଭାନ ବିକ, ସରିଜ ଅହମ୍ମଦ, ଆର୍ୟାନ ଦତ୍ତ, ପଲ ଭାନ ମିକେରନ ।

ABOUT THE AUTHOR

...view details