ଓଡିଶା

odisha

Cricket World Cup 2023: ଆଜମତୁଲ୍ଲାଙ୍କ ଲଢ଼ୁଆ ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ୍‌ ୨୪୫

By ETV Bharat Odisha Team

Published : Nov 10, 2023, 6:11 PM IST

Updated : Nov 10, 2023, 6:29 PM IST

ଅହମ୍ମଦାବାଦରେ ଆଜମତୁଲ୍ଲା ଓମରଜାଇଙ୍କ ଅପରାଜିତ ୯୭ ରନର ଲଢ଼ୁଆ ପାଳି । ଦକ୍ଷିଣ ଆଫ୍ରିକା ଆଗରେ ୨୪୫ ରନର ବିଜୟଲକ୍ଷ୍ୟ ରଖିଲା ଆଫଗାନିସ୍ତାନ । ଅଧିକ ପଢ଼ନ୍ତୁ

ଦକ୍ଷିଣ ଆଫ୍ରିକା ଆଗରେ ୨୪୫ ଟାର୍ଗେଟ୍‌ ରଖିଲା ଆଫଗାନିସ୍ତାନ
Afghanistan set a target of 245 against South Africa

ଅହମ୍ମଦାବାଦ: ସେମିଫାଇନାଲିଷ୍ଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଫଗାନିସ୍ତାନର ଲଢ଼ୁଆ ବ୍ୟାଟିଂ । ବୋଲିଂ ଅଲରାଉଣ୍ଡର ଆଜମତୁଲ୍ଲା ଓମରଜାଇଙ୍କ ଅପରାଜିତ ୯୭ ରନର ଲଢ଼ୁଆ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୨୪୪ ରନ କରିଛି ଆଫଗାନିସ୍ତାନ । ଦୁର୍ଭାଗ୍ୟବଶତଃ ପ୍ରଥମ ଅନ୍ତର୍ଜାତୀୟ ଶତକରୁ କେବଳ ୩ ରନ ପଛରେ ରହିଯାଇଥିଲେ ଆଜମତୁଲ୍ଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଗେରାଲ୍ଡ କଏଜି ୪ ୱିକେଟ୍‌ ସଫଳତା ହାସଲ କରିଛନ୍ତି । ଜବାବରେ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ନିର୍ଦ୍ଧାରିତ ୫୦ ଓଭରରେ ୨୪୫ ରନ୍‌ ଆବଶ୍ୟକ ।

ଆଫଗାନିସ୍ତାନ ବ୍ୟାଟିଂ:ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଆଫଗାନୀ ଅଧିନାୟକ ହସମତୁଲ୍ଲା ଶାହିଦି । ପ୍ରଥମ ୱିକେଟ୍‌ ପାଇଁ ଦୁଇ ଓପନର ଦଳୀୟ ଖାତାରେ ୪୧ ରନ ଯୋଡ଼ିଥିଲେ । ଏହାପରେ କ୍ରମାଗତ ଭାବେ ରେହମାନୁଲ୍ଲା ଗୁର୍‌ବାଜ ୨୫ ଓ ଇବ୍ରାହିମ୍‌ ଜଦ୍ରାନ ୧୫ ରନ କରି ଆଉଟ୍‌ ହୋଇଥିଲେ । ରେହମତ ଶାହ ୨୬ ରନ କରିଥିବାବେଳେ ଅଧିନାୟକ ଶାହିଦି କେବଳ ୨ ରନ୍‌ କରି ଆଉଟ୍‌ ହୋଇଥିଲେ । ଦଳ ପକ୍ଷରୁ ବୋଲିଂ ଅଲରାଉଣ୍ଡର ଆଜମତୁଲ୍ଲା ଓମରଜାଇ ସର୍ବାଧିକ ୯୭ ରନ କରି ଅପରାଜିତ ରହିଥିଲେ । ତାଙ୍କ ପାଳିରେ ୭ ଚୌକା ଓ ୩ ଛକା ସାମିଲ ରହିଥିଲା । ହେଲେ ନୂର ଅହମ୍ମଦ (୨୬)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ଅସଫଳର ରହିଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୪୪ ରନ୍‌ ସଂଗ୍ରହ କରିଛି ଆଫଗାନିସ୍ତାନ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା ଲଢ଼େଇ, ସେମି ଆଶାରେ ହସମତୁଲ୍ଲା ସେନା

ଦକ୍ଷିଣ ଆଫ୍ରିକା ବୋଲିଂ: ଦକ୍ଷିଣ ଆଫ୍ରିକା ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଗେରାଲ୍ଡ କଏଜି ୧୦ ଓଭର ବୋଲିଂ କରି ୪୪ ରନ ବ୍ୟୟରେ ସର୍ବାଧିକ ୪ଟି ୱିକେଟ୍‌ ହାସଲ କରିଥିଲେ । ଲୁଙ୍ଗି ଏନ୍‌ଗିଡ଼ି ଓ କେଶବ ମହାରାଜଙ୍କୁ ୨ଟି ଲେଖାଏଁ ସଫଳତା ମିଳିଥିବାବେଳେ ଏଣ୍ଡିଲ୍‌ ଫେଲୁକ୍ବାୟୋ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଗିସୋ ରାବାଡା ୧୦ ଓଭର ବୋଲିଂ କରି ୪୦ ରନ ବ୍ୟୟ କରିଥିବାବେଳେ ଓ ଏଡେନ ମାର୍କ୍ରମ ୪.୩ ଓଭର ବୋଲିଂ କରି ୨୫ ରନ ବ୍ୟୟ କରିଥିଲେ । ହେଲେ ଉଭୟଙ୍କୁ କୌଣସି ସଫଳତା ମିଳିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 10, 2023, 6:29 PM IST

ABOUT THE AUTHOR

...view details