ହାଇଦ୍ରାବାଦ:ଅକ୍ଟୋବର 23 ତାରିଖ ଏହା ଆଫଗାନିସ୍ତାନ କ୍ରିକେଟ ଦଳ ପାଇଁ ସ୍ବର୍ଣ୍ଣିମ ଇତିହାସରେ ଲେଖା ହୋଇ ରହିବ । ଆଇସିସି କ୍ରିକେଟ ବିଶ୍ବକପ 2023 ଭଳି ମେଗା ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ଲିଗ୍ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଇତିହାସ ରଚିଛି । ବିଶ୍ବକପର ଏହା ଦଳର ତୃତୀୟ ବିଜୟ । ଚୀର ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ 8 ୱିକେଟରେ ପରାସ୍ତ କରି ଦଳ ଐତିହାସିକ ବିଜୟ ହାସଲ କରିଛି । ଏହି ବିଜୟ ପରେ ଦଳକୁ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । ଦଳକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଗଣମାଧ୍ୟମର ଲାଇମ ଲାଇଟରେ ରହିଛି ଦଳ । 2019 ବିଶ୍ବକପରେ ଦଳ ଇଂଲଣ୍ଡକୁ 69ରନରେ ହରାଇଥିଲା । ଦଳର ଏପରି ପ୍ରଦର୍ଶନ ପରେ ଦଳକୁ ଦୁର୍ବଳ ଭାବିବା ମୁର୍ଖାମୀ ହେବ ବୋଲି ଅନେକ କ୍ରିକେଟ କିମ୍ବଦନ୍ତୀ ଆକଳନ କରିଛନ୍ତି । ତେବେ ଆଫଗାନିସ୍ତାନ ଦଳ କିପରି ଗଠନ ଦେଲା କଣ ସଂଘର୍ଷ କରିବାକୁ ପଡିଛି ତାହା ଉପରେ ଏକ ସ୍ବତନ୍ତ୍ର ରିପୋର୍ଟ ।
ଆଫଗାନିସ୍ତାନ କ୍ରିକେଟ ଟିମର ଗଠନ: କୁହାଯାଏ କି ଆଫଗାନିସ୍ତାନରେ କ୍ରିକେଟ ଇତିହାସ 1839ରୁ ରହିଛି ଯେବେ କାବୁଲରେ ବ୍ରିଟିଶ କିଛି ମ୍ୟାଚ ଖେଳିଥିଲେ । ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଗଠନ 1995ରେ ହୋଇଥିଲା । ଯେଉଁଥିରେ ପାକିସ୍ତାନରେ ଆଫଗାନ ଶରଣାର୍ଥୀ ଦ୍ବାରା ସ୍ଥାପିତ ହୋଇଥିଲା । 2001ରେ ଆଇସିସି ସଦସ୍ୟ ହେଲା ପରେ 2013ରେ ଆଇସିସି ଆସୋସିଏଟ ସଦସ୍ୟ ହୋଇଥିଲା ଦଳ । ଆଫଗାନିସ୍ତାନରୁ ଯୁଦ୍ଧ ହେବା ପରେ ଦେଶରେ କ୍ରିକେଟ ଖେଳିବା ନେଇ ସମସ୍ୟା ଉପୁଜିଥିଲା । ଘରୋଇ ମ୍ୟାଚ ଅନ୍ୟ ଦେଶରେ ଖେଳିବାକୁ କୁହାଯାଇଥିଲା । ଭାରତ ସହ ଆଫଗାନିସ୍ତାନର ଭଲ ସମ୍ପର୍କ ପାଇଁ ବିସିସିଆଇ ଅନୁମତି ଦେଇଥିଲା । ଆଫଗାନିସ୍ତାନ ତାର ସମସ୍ତ ମ୍ୟାଚର ଆୟୋଜନ ଭାରତରେ କରିଥାଏ । ନୋଏଡା ଓ ଡେରାଡୁନରେ ମ୍ୟାଚ୍ ଆୟୋଜିତ କରିଥାଏ ।
ଆଫଗାନିସ୍ତାନକୁ ଭାରତର ସମର୍ଥନ: ଭାରତ ଆଫଗାନିସ୍ତାନର ମିତ୍ର ଦେଶ । ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଛି । ଆଫଗାନିସ୍ତାନରେ କୌଣସି ଘରୋଇ ଷ୍ଟାଡିୟମ ନାହିଁ ତେଣୁ ଭାରତ ଦେଶରେ 2ଟି ଷ୍ଟାଡିୟମ ତିଆରି କରିବାକୁ ପଦକ୍ଷେପ ନେଇଥିଲା । କନ୍ଧାର ଓ ମଦାର ଏ ସରିଫରେ ଦୁଇଟି ଷ୍ଟାଡିୟମ ହେଉଛି । ଏ ନେଇ ଭାରତ ସରକାର 2014ରେ 10 ଲକ୍ଷ ଡଲାର ଟଙ୍କା ମଞ୍ଜୁର କରିଥିଲେ । ଭାରତ କୋଳରେ ଆଫଗିନାସ୍ତାନ ଆଗକୁ ବଢିଥିବା କୁହାଯାଏ । ବିସିସିଆଇ ଦଳକୁ ଯଥା ସମ୍ଭବ ସହାୟତା କିରଛି । ଦଳର ଏହି ଯାତ୍ରା ଏତେ ସହଜ ନଥିଲା ବହୁ ବାଧା ବିଘ୍ନ ସତ୍ତ୍ବେ ଦଳର ତାର ଦୃଢ ଇଚ୍ଛା ଶକ୍ତି ପାଇଁ ସଫଳତା ହାସଲ କରିଛି ।