ଓଡିଶା

odisha

ETV Bharat / sports

କବି ପାଲଟିଲେ ଆହତ ଧୱନ - world cup

ଆହତ ହେବା ପରେ ବିଶ୍ବକପର ତିନୋଟି ମ୍ୟାଚରୁ ବାଦ ପଡିପାରନ୍ତି ଧୱନ । ତିନି ସପ୍ତାହ ପରେ ସେ ମ୍ୟାଚକୁ ଫେରିବା ନେଇ ଆଶା କରାଯାଉଛି । ତେବେ ଏତିକି ବେଳେ ଧୱନ ଟ୍ୱିଟ କରିଛନ୍ତି ଏକ କବିତା । ଯାହା ତାଙ୍କ ଦୃଢ଼ ଆତ୍ମବିଶ୍ୱାସର ପରିଚୟ ଦେଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@SDhawan25

By

Published : Jun 12, 2019, 9:24 PM IST

ଲଣ୍ଡନ: ଭାରତୀୟ ଟିମର ବିସ୍ଫୋରକ ଓପନର ଶଖର ଧୱନଙ୍କ ବୁଢ଼ା ଅଙ୍ଗୁଳିରେ ଆଘାତ ଲାଗିବା ପରେ ଆସନ୍ତା ତିନୋଟି ମ୍ୟାଚରୁ ସେ ବାଦ ପଡିପାରନ୍ତି । ଏହି ଖବର ଭାରତୀୟ ବିଶ୍ବକପ ଶିବିରରେ ବଢ଼ାଇଛି ଚିନ୍ତା । କାରଣ ଶିଖର ବର୍ତ୍ତମାନ ଖୁବ ଭଲ ଫର୍ମରେ ଥିଲେ ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଶତକ ମଧ୍ୟ ହାସଲ କରିଥିଲେ । ଆହତ ଧୱନ କିନ୍ତୁ ବୁଧବାର ଏକ ଟ୍ୱିଟ କରି ସଙ୍କେତ ଦେଇଛନ୍ତି ଯେ ତାଙ୍କ ବିଶ୍ବକପ ଯାତ୍ରା ଅନ୍ତ ହୋଇନାହିଁ । ଏକ ପ୍ରେରଣାଦାୟୀ କବିତା ଦ୍ୱାରା ଦୃଢ ସଂକଳ୍ପ ହେବା କଥା ଲେଖିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@SDhawan25

ଗୁରୁବାର ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ, ରବିବାର ପାକିସ୍ତାନ ସହ ମ୍ୟାଚ ଓ ଆସନ୍ତା 22ରେ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ବାଦ ପଡିପାରନ୍ତି ଧୱନ । ଧୱନଙ୍କ ବିକଳ୍ପ ଭାବେ ୱିକେଟ କିପର ବ୍ୟାଟ୍ସମ୍ୟାନ ତଥା ଯୁବ କ୍ରିକେଟର ଋଷଭ ପନ୍ତ ପହଁଞ୍ଚିଛନ୍ତି ଇଂଲଣ୍ଡ । ତେବେ ତିନୋଟି ମ୍ୟାଚରୁ ବାଦ ପଡିବା ପରେ ଧୱନ ଟ୍ୱିଟର ପେଜରେ ବିଖ୍ୟାତ କବି ରାହତ ଇନ୍ଦୋରୀଙ୍କର ଏକ କବିତା ସେୟାର କରିଛନ୍ତି । ଯେଉଁଥିରୁ ତାଙ୍କ ଅଭିପ୍ରାୟ ସ୍ପଷ୍ଟ ହେଉଛି । ‘‘କଭି ମହକ କି ତରହ ହମ ଗୁଲୋଁ ସେ ଉଡତେ ହୈଁ... କଭି ଧୂଏଁ କି ତରହ ହମ ପର୍ବତୋଁ ସେ ଉଡତେ ହୈଁ... ୟେ କୈଁଚିୟାଁ ହମେ ଉଡନେ ସେ ଖାଖ ରୋକେଗୀ... କେ ହମ ପରୋଁ ସେ ନହିଁ ହୌସଲୋଁ ସେ ଉଡତେ ହୈଁ... ଅର୍ଥାତ (‘‘କେବେ ମୁଁ ବାସ୍ନା ଭଳି ଉଡିବୁଲେ ଫୁଲରୁ... କେବେ ଧୁଆଁ ହୋଇ ଉଡିଯାଏ ପର୍ବତରୁ... ଏ କଇଁଚି ମୋ ଉଡିବାକୁ କେମିତି ବା ରୋକିବ... ମୁଁ ତ ଡେଣାରେ ନୁହେଁ ଉଡେ ମୋ ଆତ୍ମବିଶ୍ୱାସରେ ଉଡେ..) ବୋଲି ଧୱନ ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଆଙ୍ଗୁଠିରେ ଆଘାତ ଲାଗି ଆହତ ହୋଇଥିଲେ ଧୱନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details