ଓଡିଶା

odisha

ETV Bharat / sports

ବିଶ୍ବକପ: ବର୍ଷାର ଲୁଚକାଳି ଖେଳ, 89(DLS)ରନରେ ଭାରତ ବିଜୟୀ - ind vs pak

ବର୍ଷାର ଲୁଚକାଳି ଖେଳ ସତ୍ବେ ଭାରତର ବିଶାଳ ବିଜୟ ଲକ୍ଷ୍ୟକୁ ପାର କରିପାରିନାହିଁ ପାକିସ୍ତାନ । DLS ନିୟମ ଅନୁସାରେ 89 ରନରେ ଭାରତ ବିଜୟୀ ହୋଇଛି । ଶତକୀୟ ପାଳି ଖେଳିଥିବା ହିଟ୍‌ ମ୍ୟାନ ରୋହିତଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯଇଛି ।

ଡିଜାଇନ ଫଟୋ

By

Published : Jun 17, 2019, 1:24 AM IST

Updated : Jun 17, 2019, 10:35 AM IST

ମାଞ୍ଚେଷ୍ଟର: ଶେଷ ହୋଇଛି ଦୀର୍ଘ ଦୁଇ ବର୍ଷର ଅପେକ୍ଷା । 2017 ଚାମ୍ପିଅନ୍ସ ଟ୍ରଫିର ବଦଲା ନେଇ ଭାରତ । ବିଶ୍ବକପରେ ପାକିସ୍ତାନ ବିପକ୍ଷ ବିଜୟ ଧାରା ବଜାୟ ରଖିଛି ଭାରତୀୟ ଦଳ । ବର୍ଷାର ଲୁଚକାଳି ଖେଳ ସତ୍ବେ ଭାରତର ବିଶାଳ ବିଜୟ ଲକ୍ଷ୍ୟକୁ ପାର କରିପାରିନାହିଁ ପାକିସ୍ତାନ । DLS ନିୟମ ଅନୁସାରେ 89 ରନରେ ଭାରତ ବିଜୟୀ ହୋଇଛି । ଶତକୀୟ ପାଳି ଖେଳିଥିବା ହିଟ୍‌ ମ୍ୟାନ ରୋହିତଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯଇଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଓଦାଳିଆ ଗ୍ରାଉଣ୍ଡରେ ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ଭାରତ । ଭାରତର ପ୍ରାରମ୍ଭିକ ଭଲ ଆରମ୍ଭ ଓ ବିରାଟଙ୍କ 77ରନ ବଳରେ ନିର୍ଦ୍ଧାରିତ 50 ଓଭରରେ 5 ୱିକେଟ ହରାଇ 336ରନ କରିଥିଲା ଭାରତୀୟ ଦଳ । ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରି ବିପକ୍ଷ ପାକ ଦଳ ନିର୍ଦ୍ଧାରିତ 40 ଓଭରରରେ (DLS ନିୟମ ଅନୁସାରେ) 6 ୱିକେଟ ହରାଇ 212ରନ କରିଥିଲା । ଫଳରେ ମ୍ୟାଚକୁ 89ରନରେ ହାତ ଛଡା କଲା ଭାରତର ଚୀର ପ୍ରତିଦ୍ବନ୍ଦ୍ବୀ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ରୋହିତ 113ବଲରେ 14 ଚୌକା ଓ 3 ଛକା ସାହାଯ୍ୟରେ ୧୪୦ରନ କରିଥିଲେ । ସେହିପରି ବିରାଟ୍ 65 ବଲରେ 7 ଚୌକା ସହ 77 ରନ୍ କରି ଆଉଟ୍ ହୋଇଥିଲେ । ରାହୁଲ 78 ବଲରୁ 57 ଓ ପାଣ୍ଡ୍ୟା 19 ବଲରେ 26 ରନ କରି ଆଉଟ ହୋଇଥିଲେ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଏହି ବିଶାଳ ଲକ୍ଷ୍ୟର ପିଛା କରି ପାକିସ୍ତାନକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ପାକିସ୍ତାନ ଇନିଂସର ପଞ୍ଚମ ଓଭରର ଚତୁର୍ଥ ବଲରେ ଭୁବନେଶ୍ୱର କୁମାର ଆହତ ହୋଇ ପାଭେଲିଅନ୍ ଫେରିଥିଲେ । ଓଭରର ବାକି ଦୁଇଟି ବଲ ପକାଇବାକୁ ଆସିଥିଲେ ବିଜୟ ଶଙ୍କର । ସେ ନିଜର ପ୍ରଥମ ବିଶ୍ୱକପ୍ ବଲରେ ହିଁ ୱିକେଟ ହାତେଇଥିଲେ । ସେ ପାକିସ୍ତାନି ଓପନର ଇମାମ୍ ଉଲ୍-ହକ୍ (7)ଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ ।

ପରେ ଫକର ଜମାନ୍ ଓ ବାବର ଆଜମ ପାକିସ୍ତାନି ପାଳି ସମ୍ଭାଳିଥିଲେ । ତେବେ କୁଲଦୀପ ପ୍ରଥମେ ବାବର (48)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ । ସେହିପରି ନିଜର ପରବର୍ତ୍ତୀ ଓଭରରେ ଫକର (62)ଙ୍କ ମୂଲ୍ୟବାନ୍ ୱିକେଟ୍ ପାଇଁ ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନକୁ ଡବଲ୍ ଝଟକା ଦେଇଥିଲେ । 27ତମ ଓଭରରେ ମହମ୍ମଦ ହଫିଜ୍ (9) ଓ ଶୋଏବ ମଲିକ୍ (୦)ଙ୍କ ୱିକେଟ ନେଇ ଭାରତକୁ ବିଜୟ ରାସ୍ତାରେ ଠିଆ କରାଇ ଦେଇଥିଲେ ।

ତେବେ ମ୍ୟାଚର 34.1 ଓଭରରେ ପାକିସ୍ତାନ ସ୍କୋର 165ରନ ବେଳେ ପୁଣିଥରେ ବର୍ଷା ହୋଇଥିଲା । ଖେଳକୁ ବନ୍ଦ କରାଯିବା ସହତ DLS ନିୟମର ବ୍ୟବହାର କରାଗଲା । ନିୟମ ଅନୁସାରେ 35 ଓଭର ସୁଦ୍ଧା ପାକିସ୍ତାନ ସ୍କୋର 252 ହେବା କଥା । ତେଣୁ ପାକିସ୍ତାନ 86 ରନ ପଛରେ ରହିଥିଲା । ତେବେ ବର୍ଷା ଛାଡ଼ିବା ପରେ ପାକିସ୍ତାନ ଆଗରେ ଶେଷ 5 ଓଭରରେ 136 ରନର ଅସମ୍ଭବ ଟାର୍ଗେଟ୍ ରଖାଯାଇଥିଲା । ପାକିସ୍ତାନ ଆଉ 46 ରନ୍ କରିବାକୁ ସକ୍ଷମ ହୋଇଥିଲା । ଇମାଦ ୱାସିମ୍ 46 ଓ ଶଦାବ ଖାନ୍ 20 ରନ୍ କରି ଅପରାଜିତ ଥିଲେ । ଭାରତ ପକ୍ଷରୁ ଶଙ୍କର, ହାର୍ଦ୍ଦିକ ଓ କୁଲଦୀପ 2ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Last Updated : Jun 17, 2019, 10:35 AM IST

ABOUT THE AUTHOR

...view details