ମୁମ୍ବାଇ: ବିଶ୍ବକପର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଏଥିରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ । ତେବେ ଏହି ମ୍ୟାଚରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଭାଷ୍ୟକାର ଭାବେ ନଜର ଆସିବେ ।
ମାଷ୍ଟର ବ୍ଳାଷ୍ଟର ସଚିନଙ୍କ ନାଁ ରେ ସର୍ବାଧିକ ବିଶ୍ବକପ ଖେଳିବାର ରେକର୍ଡ ରହିଛି । ଚଳିତ ବିଶ୍ବକପରେ ପ୍ରଥମ ଥର ପାଇଁ କ୍ରିକେଟ ଭାଷ୍ୟକାର ଭାବେ ସଚିନ ଦାୟିତ୍ବ ତୁଲାଇବେ ।