ଓଡିଶା

odisha

ETV Bharat / sports

ବିରାଟ ଟିମର କ୍ୟାପଟେନ, ବିରାଟଙ୍କ କ୍ୟାପଟେନ କିଏ ଜାଣନ୍ତୁ - captain

କାଗଜ କଲମରେ ଟିମର କ୍ୟାପଟେନ ବିରାଟ କୋହଲି । ହେଲେ ପଡିଆରେ କୋହଲିଙ୍କ କ୍ୟାପଟେନ ହେଉଛନ୍ତି ଧୋନୀ । ଏମିତି କହିଛନ୍ତି ଟିମ ଇଣ୍ଡିଆର ଷ୍ଟାଇଲିକ୍ସ ବ୍ୟାଟ୍ସମ୍ୟାନ ସୁରେଶ ରୈନା ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

By

Published : May 28, 2019, 10:11 AM IST

ନୂଆଦିଲ୍ଲୀ: କାଗଜ କଲମରେ ଟିମର କ୍ୟାପଟେନ ବିରାଟ କୋହଲି । ହେଲେ ପଡିଆରେ କୋହଲିଙ୍କ କ୍ୟାପଟେନ ହେଉଛନ୍ତି ଧୋନୀ । ଏମିତି କହିଛନ୍ତି ଟିମ ଇଣ୍ଡିଆର ଷ୍ଟାଇଲିକ୍ସ ବ୍ୟାଟ୍ସମ୍ୟାନ ସୁରେଶ ରୈନା ।

ଭାରତୀୟ ଦଳରେ ଧୋନୀଙ୍କ କାର୍ଯ୍ୟକୁ ନେଇ ମତ ରଖିଛନ୍ତି ରୈନା । ସେ କହିଛନ୍ତି ଧୋନୀ ପୂର୍ବରୁ ଦଳରେ ଯେଉଁସବୁ କାର୍ଯ୍ୟ କରୁଥିଲେ ଆଜି ବି ସେସବୁ କରୁଛନ୍ତି । ପଡିଆରେ ଧୋନୀ କ୍ୟାପଟେନର ଦାୟିତ୍ବ ତୁଲାନ୍ତି । ନିୟମିତ ବୋଲରଙ୍କ ସହ କଥା ହୁଅନ୍ତି । ୱିକେଟ ପଛରେ ଥାଇ ପଡିଆ ସଜାନ୍ତି । ଧୋନୀ ପଡିଆରେ ଥିଲେ ବିରାଟଙ୍କ ଆତ୍ମବିଶ୍ବାସ ବଢିଥାଏ । ଯାହାକି ବିରାଟ ପୂର୍ବରୁ ଅନେକ ବାର କହିସାରିଛନ୍ତି । 2019 ବିଶ୍ବକପ ଧୋନୀଙ୍କ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ । ବର୍ତ୍ତମାନର ଭାରତୀୟ ଦଳରେ ଧୋନୀ ସବୁଠୁ ବଡ ଖେଳାଳି । ବିଶ୍ବକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଶକ୍ତିଶାଳୀ ଦଳ । ଇଂଲଣ୍ଡ ପରିବେଶରେ ମ୍ୟାଚ ଜିତି ଚମ୍ପିଆନ ହେବାର ସମସ୍ତ କ୍ଷମତା ଟିମ ଇଣ୍ଡିଆର ରହିଛି ।

32 ବର୍ଷିୟ ରୈନା ଏକଦା ଟିମ ଇଣ୍ଡିଆର ନିୟମିତ ସଦସ୍ୟ ଥିଲେ । ଧୋନୀଙ୍କ ସହିତ ଭାଗିଦୀରୀରେ ଟିମ ଇଣ୍ଡିଆକୁ ଅନେକ ମ୍ୟାଚ ଜିତାଇଛନ୍ତି । ଧୋନୀଙ୍କ ନେତୃତ୍ବରେ ରୈନା 2011 ଓ 2015 ବିଶ୍ବକପ ଖେଳିଛନ୍ତି । କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ରୈନା ଶତକ ହାସଲ କରିଛନ୍ତି । 2011ବିଶ୍ବକପର କ୍ବାଟରଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଓ ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ 30ରନର ଆବଶ୍ୟକୀୟ ପାଳି ଭାରତକୁ ଫାଇନାଲରେ ପହଞ୍ଚାଇଥିଲା । 2019 ବିଶ୍ବକପରେ ଆଘାତ ସମସ୍ୟା ଯୋଗୁଁ ରୈନାଙ୍କୁ ଦଳରେ ସ୍ଥାନ ମିଳିନାହିଁ ।

ABOUT THE AUTHOR

...view details