ଓଡିଶା

odisha

ETV Bharat / sports

ଭାରତ ଛାଡିବା ବେଳେ ବିଶ୍ବକପ ଜିତିବୁ ଭାବି ନଥିଲୁ: ଶ୍ରୀକାନ୍ତ - Srikkanth

ବିଶ୍ବକପ ଖେଳିବାକୁ ଭାରତ ଛାଡିବା ବେଳେ ଭାରତ ଚମ୍ପିଆନ ହେବା କଥା ଭାବି ନଥିଲୁ କହିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ କ୍ରୀଷ୍ଣାମଚାରୀ ଶ୍ରୀକାନ୍ତ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

By

Published : May 27, 2019, 3:01 PM IST

ନୂଆଦିଲ୍ଲୀ: ବ୍ରିଟାନିଆ ଖାଓ, ବିଶ୍ବକପ ଯାଓ । ଏମିତି କିଛି ଲେଖାଥିଲା ଟିମ ଇଣ୍ଡିଆର ଜର୍ସିରେ । 1983 ବିଶ୍ବକପରେ ଭାରତ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ହରାଇ ଚମ୍ପିଆନ ହୋଇଥିଲା । ଇଂଲଣ୍ଡର ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ପ୍ରଥମ ଥର ଇତିହାସ ରଚିଥିଲା ଟିମ ଇଣ୍ଡିଆ । ତେବେ ବିଶ୍ବକପ ଖେଳିବାକୁ ଭାରତ ଛାଡିବାବେଳେ ଭାରତ ଚମ୍ପିଆନ ହେବ, ଏକଥା ଭାବି ନଥିଲୁ । ଏହା କହିଛନ୍ତି ଭାରତୀୟ ଦଳର ପୂର୍ବତନ କ୍ୟାପଟେନ କ୍ରୀଷ୍ଣାମଚାରୀ ଶ୍ରୀକାନ୍ତ । କପିଲ ଦେବଙ୍କ 1983 ବିଶ୍ବକପ ଦଳର ପ୍ରମୁଖ ସଦସ୍ୟ ଥିଲେ ଶ୍ରୀକାନ୍ତ ।

କ୍ୟାପଟେନ କପିଲ ଦେବଙ୍କ ଆତ୍ମବିଶ୍ବାସ ହିଁ ଭାରତକୁ ବିଶ୍ବବିଜେତା କରିଥିବା ଶ୍ରୀକାନ୍ତ କହିଛନ୍ତି । 1983 ବିଶ୍ବକପ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା । କେବେ ଭାବିନଥିଲୁ ବିଶ୍ବକପ ଜିତିବୁ । ସେଥିପାଇଁ ଭାରତୀୟ ଦଳ ବମ୍ବେରୁ ଇଂଲଣ୍ଡ ପରିବର୍ତ୍ତେ ପ୍ରଥମେ ନ୍ୟୁୟର୍କ ଉଡାଣ ଭରିଥିଲା । ଆଇସିସିକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ଶ୍ରୀକାନ୍ତ ।

ଇଷ୍ଟ ଆଫ୍ରିକାକୁ ଏକମାତ୍ର ଦଳ ଭାବେ ଭାରତ ପ୍ରଥମ ଦୁଇଟି ବିଶ୍ବକପରେ ହରାଇଥିଲା । ଶ୍ରୀଲଙ୍କା ଟେଷ୍ଟ ଖେଳୁଥିବା ଦେଶ ହୋଇନଥିଲେ ମଧ୍ୟ ଭାରତକୁ ହରାଇଥିଲା । 1983 ବିଶ୍ବକପ ଆରମ୍ଭରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଦୃଢ ଆତ୍ମବିଶ୍ବାସ ଦେଖାଇଥିଲେ କ୍ୟାପଟେନ କପିଲ ଦେବ । ଯଦି ଥରେ ୱେଷ୍ଟଇଣ୍ଡିଜକୁ ଭାରତ ହରାଇ ପାରିଛି ତେବେ ଆଉଥରେ କାହିଁକି ନୁହେଁ ବୋଲି ସବୁଖେଳାଳିଙ୍କୁ କହିଥିଲେ କପିଲ । ଜିମ୍ବାୱେ ବିପକ୍ଷରେ କପିଲ ଦେବଙ୍କ 175 ରନ ର ପାଳି ଏବେବି ଭାରତୀୟ ପ୍ରଶଂସକଙ୍କ ହୃଦୟରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details