ଓଡିଶା

odisha

ETV Bharat / sports

‘6ଟି ଫ୍ରାଞ୍ଚାଇଜରେ ଖେଳିଛି, କେହି ନିଜର ନୁହେଁ’

ଯୁବରାଜ ଆଇପିଏଲରେ ମୋଟ 6ଟି ଫ୍ରାଞ୍ଚାଇଜ ପକ୍ଷରୁ ଖେଳିସାରିଛନ୍ତି । ମାତ୍ର ଆଇପିଏଲର କୌଣସି ଗୋଟିଏ ଫ୍ରାଞ୍ଚାଇଜକୁ ନିଜର କରି ନଥିବା କହିଛନ୍ତି ଯୁବରାଜ ।

By

Published : Jul 9, 2019, 8:14 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଟିମ ଇଣ୍ଡିଆର 2011 ବିଶ୍ବକପ ଚମ୍ପିଆନ ହିରୋ ଯୁବରାଜ ସିଂହ ଆଇପିଏଲକୁ ନେଇ କିଛି ଏମିତି କହିଛନ୍ତି । ଆଇପିଏଲର କୌଣସି ବି ଫ୍ରାଞ୍ଚାଇଜକୁ ନିଜର କରିନଥିବା କହିଛନ୍ତି ଯୁବରାଜ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଯୁବରାଜ ଆଇପିଏଲରେ ମୋଟ 6ଟି ଫ୍ରାଞ୍ଚାଇଜ ପକ୍ଷରୁ ଖେଳିସାରିଛନ୍ତି । 2016 ଆଇପିଏଲ ଚମ୍ପିଆନ ଦଳ ସନରାଇଜର୍ସ ହାଇଦ୍ରାବାଦରେ ଯୁବରାଜ ସଦସ୍ୟ ରହିଛନ୍ତି । ଚଳିତ ବର୍ଷ ମଧ୍ୟ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟ ରହିଥିଲେ ଯୁବରାଜ । ତେବେ ଯୁବିଙ୍କୁ ଫାଇନାଲ ମ୍ୟାଚରେ ଖେଳିବାର ସୁଯୋଗ ମିଳିନଥିଲା । 2014 ଆଇପିଏଲ ଅକ୍ସନ ବେଳେ ଯୁବରାଜ ଆଇପିଏଲ ଇତିହାସର ସବୁଠାରୁ ଦାମି ଖେଳାଳି ରହିଥିଲେ ।

2011 ବିଶ୍ବକପରେ ଭାରତକୁ ବିଶ୍ବବିଜେତା କରାଇବାରେ ଏହି ଖେଳାଳିଙ୍କ ପ୍ରମୁଖ ଯୋଗଦାନ ରହିଥିଲା । ଟିମ ଇଣ୍ଡିଆର ଏହି ଅଲରାଉଣ୍ଡର ବିଶ୍ବକପରେ ପ୍ଲେଆର ଅଫ ଦ ଟୁର୍ଣ୍ଣାମେଣ୍ଟ ମଧ୍ୟ ହୋଇଥିଲେ । 2007 ଟି-20 ବିଶ୍ବକପରେ ଭାରତ ଚମ୍ପିଆନ ହୋଇଥିଲା । ଇଂଲଣ୍ଡର ପେସ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ 6 ଛକା ମାରିବା କଥା ମଧ୍ୟ ଯୁବି କହିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ବିଶ୍ବସ୍ତରୀୟ ଥିଲା ସେଥିପାଇଁ ଚମ୍ପିଆନ ହୋଇଥିଲା ବୋଲି କହିଛନ୍ତି ଯୁବି ।

ABOUT THE AUTHOR

...view details