ହାଇଦ୍ରାବାଦ: ବିଶ୍ବକପରେ ଖେଳିବା ସମସ୍ତ ଖେଳାଳିଙ୍କ ସ୍ବପ୍ନ ହୋଇଥାଏ । ବିଶ୍ବକପ ଟିମରେ ସ୍ଥାନ ମିଳିବା ପରେ ଯେମିତି ସବୁ ସ୍ବପ୍ନ ସତ ହୋଇଥାଏ । କିନ୍ତୁ ଅନେକ ଥର ଖେଳାଳି ଟିମରେ ବଛା ହୋଇ ବିଶ୍ବକପ ଖେଳିବାକୁ ଯାଆନ୍ତି ସତ, କିନ୍ତୁ ସେମାନେ କେବେ ବିଶ୍ବକପ ଖେଳିପାରି ନହାନ୍ତି । ତେବେ 44 ବର୍ଷର ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ 10 ଜଣ ଏମିତି ଖେଳାଳି ଅଛନ୍ତି ଯେଉଁମାନେ ଟିମରେ ଥାଇ ମଧ୍ୟ ବିଶ୍ବକପ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଛନ୍ତି ।
1975ରେ ଆରମ୍ଭ ହୋଇଥିବା ବିଶ୍ବକପରେ ଭାରତୀୟ ଟିମରେ ଥିଲେ 12 ଖେଳାଳି ଓ ସମସ୍ତଙ୍କୁ ଖେଳିବାର ସୁଯୋଗ ମଧ୍ୟ ମିଳିଥିଲା । କିନ୍ତୁ 1979ରେ ଏପରି ହୋଇନଥିଲା । 13 ଜଣ ଖେଳାଳି ଟିମରେ ଚୟନ ହୋଇଥିବା ବେଳେ 12ଜଣଙ୍କୁ ହିଁ ଖେଳିବାର ସୁଯୋଗ ମିଳିଥିଲା । ଟିମରେ ଥିବା ଭରତ ରେଡ୍ଡୀ ଗୋଟିଏ ମଧ୍ୟ ମ୍ୟାଚ ଖେଳିପାରିନଥିଲେ । ଏହିପରି ବିଶ୍ବକପ ଟିମରେ ଚୟନ ହୋଇ ମଧ୍ୟ ମ୍ୟାଚ ଖେଳିନଥିବା ପ୍ରଥମ ଖେଳାଳି ହୋଇଥିଲେ ରେଡ୍ଡୀ ।
ସୁନୀଲ ୱାଲ୍ସନ
1983କୁ ଭାରତୀୟ କ୍ରିକେଟର ଟର୍ଣ୍ଣିଙ୍ଗ ପଏଣ୍ଟ ବୋଲି ମନେ କରାଯାଏ । ଏହିବର୍ଷ ଭାରତ କପିଲ ଦେବଙ୍କ ଅଧିନାୟକତ୍ୱରେ ପ୍ରଥମ ବିଶ୍ୱକପ ଜିତିଥିଲା । ଏହି ଟିମରେ 14 ଖେଳାଳି ସାମିଲ ହୋଇଥିଲେ, କିନ୍ତୁ ଖେଳିଥିଲେ 13 ଖେଳାଳି । ଏଥର ସୁନୀଲ ୱାଲ୍ସନ କେବଳ ଭାରତୀୟ ବେଞ୍ଚର ଶୋଭା ବଢ଼ାଇଥିଲେ । ଏହାପରେ ତାଙ୍କୁ ଆଉ କୌଣସି ବିଶ୍ବକପ ଖେଳିବାକୁ ସୁଯୋଗ ମିଳିନଥିଲା ।