ନୂଆଦିଲ୍ଲୀ: ପାଖେଇ ଆସୁଛି କ୍ରିକେଟ ବିଶ୍ବକପ । ଆଉ ମାତ୍ର 11ଦିନ ପରେ ଆରମ୍ଭ ହେବ କ୍ରିକେଟ ମହାସମର । ମେ 30ରେ ଆରମ୍ଭ ହୋଇଯିବ କ୍ରିକେଟ ମହାକୁମ୍ଭ । ସେପଟେ ଏବେଠାରୁ ଛକ ଛକରେ ଚାଲିଲାଣି ବିଶ୍ବକପର ଚର୍ଚ୍ଚା । ଗରମ ହେଲାଣି ବିଶ୍ବକପ ପାଣିପାଗ । ଏବେ ଠାରୁ ବଢିଲାଣି କ୍ରିକେଟପ୍ରେମୀଙ୍କ ହୃଦସ୍ପନ୍ଦନ । ଛୁଟିଲାଣି ଶୁଭେଚ୍ଛାର ସୁଅ ।
ଆରମ୍ଭରୁ ଆକ୍ରମଣ କରିବେ ଧୋନି ! - World Cup
ଧୋନୀଙ୍କୁ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିବାକୁ ଟିମ ମ୍ୟାନେଜମେଣ୍ଟ ସ୍ବାଧିନତା ଦେବା ଦରକାର ବୋଲି କହିଛନ୍ତି ଭେଟେରାନ ଅଫସ୍ପିନର ହରବଜନ ସିଂ ।
ମେ 22ରେ ଇଂଲଣ୍ଡ ଗସ୍ତ କରିବ ଟିମ ଇଣ୍ଡିଆ । ପ୍ରଦର୍ଶନ ଓ ପ୍ରସ୍ତୁତିକୁ ଦେଖିଲେ ଭାରତ ହିଁ ବିଶ୍ବକପ ପାଇଁ ବେଶୀ ଦାବିଦାର କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଦଳରେ ଅଛନ୍ତି ଟିମ ଇଣ୍ଡିଆର ଧୁରନ୍ଦର ଧୋନୀ, ରନ ମେସିନ କ୍ୟାପଟେନ କୋହଲି । ସବୁ ଦଳ ପାଇଁ ବିରେଟ ଟେନସନ ଡେଥ୍ ଓଭର ସ୍ପେଶାଲିଷ୍ଟ ବୋଲର ଯଶପ୍ରିତ ବୁମରା ।
ଏଥର ଇଂଲଣ୍ଡରେ ବିଶ୍ବକପରେ ରନ ଭୋଜି ହେବା ନେଇ ଅନୁମାନ କରାଯାଉଛି । ମୁଖ୍ୟତଃ ପିଚ ବ୍ୟାଟିଂ ପାଇଁ ଅନୂକୁଳ ହେବ । ଏପରି ସ୍ଥଳେ ଟିମ ଇଣ୍ଡିଆର ବିଶ୍ବବିଜେତା ପୂର୍ବ କ୍ୟାପଟେନ ଧୋନୀଙ୍କ ଭୁମିକା ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ତାଙ୍କୁ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିବାକୁ ଟିମ ମ୍ୟାନେଜମେଣ୍ଟ ସ୍ବାଧିନତା ଦେବା ଦରକାର । ଏହା କହିଛନ୍ତି ଭେଟେରେନ ଅଫସ୍ପିନର ହରବଜନ ସିଂ । ଧୋନୀ ଯେବେ ବଡସଟ ଖେଳନ୍ତି ସେବେ ସେ ସବୁଠୁ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ପାଲଟିଯାନ୍ତି ଓ ଦଳକୁ ଜିତିବାରେ ବିଶେଷ ଅସୁବିଧା ହୁଏନି ବୋଲି କହିଛନ୍ତି ହରବଜନ ।