ନୂଆଦିଲ୍ଲୀ: ଭାରତୀୟ ମହକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ମିଳିଛି ଐତିହାସିକ ସଫଳତା । ଚନ୍ଦ୍ରଯାନ-2କୁ ସଫଳତାର ସହ ଉତକ୍ଷେପଣ କରି ବିଶ୍ବରେ ଭାରତକୁ ନିଆରା ପରିଚୟ ପ୍ରଦାନ କରିଛି । ଏନେଇ ଭାରତର ମହାମହୀମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଇସ୍ରୋକୁ ସାଧୁବାଦ ଜଣାଇଛନ୍ତି ।
ଇସ୍ରୋର ସଫଳତା ନେଇ ଭଜିଙ୍କ ଗୁଗଲି, କ୍ଳିନ ବୋଲ୍ଡ ପାକିସ୍ତାନ - କ୍ଳିନବୋଲ୍ଡ ପାକିସ୍ତାନ
ଚନ୍ଦ୍ରଯାନ-2କୁ ସଫଳତାର ସହ ଉତକ୍ଷେପଣ କରି ଭାରତୀୟ ମହକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ମିଳିଛି ଐତିହାସିକ ସଫଳତା । ଟିମ ଇଣ୍ଡିଆର ଟରବୋନେଟର ହରଭଜନ ସିଂହଙ୍କର ଏକ ଟ୍ବିଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଡିଜାଇନ ଫଟୋ
ତେବେ ଟିମ ଇଣ୍ଡିଆର ଟରବୋନେଟର ହରଭଜନ ସିଂହ ମୌକାରେ ଚୌକା ମାରିବା ପାଇଁ ଚାହିଁଛନ୍ତି । ହରଭଜନ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି କିଛି ଦେଶର ଜାତୀୟ ପତାକାରେ ଚନ୍ଦ୍ରର ଚିହ୍ନ ରହିଛି । ମାତ୍ର କିଛି ଦେଶ ନିଜର ଜାତୀୟ ପତାକାକୁ ସଫଳତାର ସହ ଚନ୍ଦ୍ରରେ ପହଞ୍ଚାଇଛନ୍ତି ।
ଭଜିଙ୍କ ଏହି ଟ୍ବିଟ ପରେ ଅନେକ ତାଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି । ତେବେ ଅଧିକରୁ ଅଧିକ ଲୋକ ଏହା ପସନ୍ଦ କରିଛନ୍ତି । ପଡୋଶୀ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପକୁ ଭଜି ଇସାର କରିଛନ୍ତି ବୋଲି ଅନୁମାନ କରାଯାଉଛି । ଭଜିଙ୍କ ଗୁଗୁଲିରେ ପାକିସ୍ତାନ କ୍ଳିନ ବୋଲ୍ଡ ହୋଇଥିବା ଚର୍ଚ୍ଚା ହେଉଛି ।