କାର୍ଡିଫ: ନିରାଶ କଲା ଶ୍ରୀଲଙ୍କାର ପ୍ରଦର୍ଶନ, 136 ରନରେ ସୀମିତ ହେଲା ପାଳି । 137 ରନ ବିଜୟ ଲକ୍ଷକୁ ପିଛା କରି ମଇଦାନକୁ ଓହ୍ଲାଇଲା କିୱି ଦଳ । କ୍ରିଜ୍ରେ ଓପନର ମାର୍ଟିନ ଗୁପ୍ଟିଲ ଓ କୋନିଲ ମୁନରୋ ।
ଶ୍ରୀଲଙ୍କାର ନୈରାଶ୍ୟଜନକ ପ୍ରଦର୍ଶନ, ନ୍ୟୁଜିଲାଣ୍ଡକୁ 137ରନର ଟାର୍ଗେଟ - worldcup
ଆରମ୍ଭରୁ ଖରାପ ପ୍ରଦର୍ଶନ କରି 136 ରନରେ ଧରାସାୟୀ ହେଲା ଶ୍ରୀଲଙ୍କା ଟିମ । ଅଧିନାୟକ ଦିମୁଥ କରୁଣାରତ୍ନେଙ୍କୁ ଛାଡି ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ନିରାଶାଜନକ । ସେପଟେ ବୋଲିଂରେ ଦମ ଦେଖାଇଲେ କିୱି ଖେଳାଳି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@cricketworldcup
ପ୍ରଥମ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ କେବଳ 29.2 ଓଭର ହିଁ ଖେଳି ପାରିଥିଲା । ଅଧିନାୟକ ଦିମୁଥ କରୁଣାରତ୍ନେ ସର୍ବାଧିକ 52 ରନ କରି ଅପରାଝିତ ରହିଥିଲେ, ଓ କୁଶଲ ପରେରା 29 ରନ ଓ ଥିସିରା ପରେରା 27 ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମେଟ ହେନେରୀ ଓ ଲକି ଫର୍ଗୁସନ ତିନୋଟି ଲେଖାଏଁ ୱିକେଟ ନେଇଥିଲେ ।