ମେଲବୋର୍ଣ୍ଣ: ମହିଳା ଟି-20 ବିଶ୍ବକପରେ ପରାସ୍ତ ହୋଇଛି ଭାରତ । ଫଳରେ ମହିଳା ଦିବସରେ ଭାରତୀୟ ମହିଳାଙ୍କ ବିଶ୍ବବିଜୟ ଆଶା ଅଧୁରା ରହିଯାଇଛି । ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିଥିଲା ଭାରତୀୟ ଦଳ ।
ମହିଳା ଟି-20 ବିଶ୍ବକପ: ହାରିଲେ, ହୃଦୟ ଜିତିଲେ ଭାରତୀୟ ମହିଳା
ମହିଳା ଟି-20 ବିଶ୍ବକପରେ ପରାସ୍ତ ହୋଇଛି ଭାରତ । ଫଳରେ ମହିଳା ଦିବସରେ ଭାରତୀୟ ମହିଳାଙ୍କ ବିଶ୍ବବିଜୟ ଆଶା ଅଧୁରା ରହିଯାଇଛି ।
ଫାଇନାଲ ପର୍ଯ୍ୟନ୍ତ ଅପରାଜେୟ ରହିଥିଲା ଦଳ । ପ୍ରଥମ ମ୍ୟାଚରୁ ଚମ୍ପିଆନ ଭଳି ଖେଳିଥିଲା ହରମନପ୍ରୀତଙ୍କ ଦଳ । ତେବେ ଫାଇନାଲ ଫାଇଟରେ ବାଜି ମାରିନେଇଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରିବା ସହ 2 ଓପନରଙ୍କ ଧୁଆଁଧାର ଇଂନିସରେ ଅଷ୍ଟ୍ରେଲିଆ ବିଜୟର ମୂଳଦୂଆ ପଡିଥିଲା । ବିଶାଳ 185 ଟାର୍ଗେଟକୁ ପିଛା କରୁଥିବା ଭାରତ ପ୍ରଥମରୁ ଷ୍ଟାର ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା, ସ୍ମୃତି ମାନ୍ଧାନା, ତାନିଆ ଭାଟିଆଙ୍କୁ ହରାଇଥିଲା । ଫଳରେ ରନ ରେଟର ଚାପ ସାଙ୍ଗକୁ, ନିୟମିତ ବ୍ୟବଧାନରେ ୱିକେଟ ପତ୍ତନ ଦଳକୁ ବଡ ପରାଜୟ ଦେଇଥିଲା ।
ତେବେ ଏହି ପରାଜୟ ପରେ ଭାରତୀୟ ଖେଳାଳି ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଥିଲା । ପୁରୁଷ ଟିମର କ୍ୟାପଟେନ ବିରାଟ କୋହଲି ଓ ମହାନ ସଚିନ ତେନ୍ଦୁଲକର ପ୍ରଦର୍ଶନରେ ଗର୍ବିତ ବୋଲି କହିବା ସହ, ସ୍ବାନ୍ତ୍ବନାମୂଳକ ଟ୍ବିଟ କରିଥିଲେ । ଏହି ପରାଜୟରୁ ଶିଷା ଗ୍ରହଣ କରି ଭବିଷ୍ୟତରେ ବିଜୟରେ ବଦଳାଇବ ବୋଲି ବିଶ୍ବାସ ରହିଛି କହିଛନ୍ତି ।