ଓଡିଶା

odisha

ETV Bharat / sports

ପ୍ରୋ-କବାଡି 7ମ ସଂସ୍କରଣ, ଟାଇଟଲ ଜିତିଲା ବେଙ୍ଗଲ ୱାରିୟର୍ସ

ପ୍ରୋ-କବାଡି 7ମ ସଂସ୍କରଣର ଫାଇନାଲ ମୁକାବିଲାରେ ଦବଙ୍ଗ ଦିଲ୍ଲୀକୁ 39-34 ପଏଣ୍ଟରେ ହରାଇ ଚମ୍ପିଆନ ହୋଇଛି ବେଙ୍ଗଲ ୱାରିୟର୍ସ ।

By

Published : Oct 19, 2019, 11:04 PM IST

ଫଟୋ ସୌଜନ୍ୟ: twitter@BengalWarriors

ଅହମ୍ମଦାବାଦ: ପ୍ରୋ କବାଡି 7ମ ସଂସ୍କରଣର ଟାଇଟଲ ବିଜେତା ହୋଇଛି ବେଙ୍ଗଲ ୱାରିୟର୍ସ । ପ୍ରୋ କବାଡିକୁ ମିଳିଛି ନୂଆ ଚମ୍ପିଆନ । ପ୍ରଥମ ଥର ଲାଗି ବେଙ୍ଗଲ ୱାରିୟର୍ସ ଫାଇନାଲରେ ପ୍ରବେଶ କରିଥିଲା ।

ଫଟୋ ସୌଜନ୍ୟ: twitter@BengalWarriors

ଫାଇନାଲ ମୁକାବିଲାରେ ଦବଙ୍ଗ ଦିଲ୍ଲୀକୁ 39-34 ପଏଣ୍ଟରେ ହରାଇ ଟ୍ରଫି ଟେକିଛି ୱାରିୟର୍ସ । ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ବେଙ୍ଗଲ ୱାରିୟର୍ସ ଷ୍ଟାର ରେଡର ମନୀନ୍ଦର ସିଂହଙ୍କ ବିନା ଖେଳିଥିଲା । ଏହାର ଲାଭ ଦବଙ୍ଗ ଦିଲ୍ଲୀ ଉଠାଇବା ନେଇ ଆଶା କରାଯାଉଥିଲା । ମାତ୍ର ଇରାନ ଅଲରାଉଣ୍ଡର ମହମ୍ମଦ ନବିବାକ୍ଷ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଥିଲେ ।

ଫଟୋ ସୌଜନ୍ୟ: twitter@BengalWarriors


ମ୍ୟାଚ ଅତି ରୋମାଞ୍ଚକର ସ୍ଥିତିରେ ପହଞ୍ଚିଥିଲା । ଏକାଦା 10 ପଏଣ୍ଟରୁ ଅଧିକ ଆଗୁଆ ଥିବା ବେଙ୍ଗଲକୁ କଡା ଟକ୍କର ଦେଇଥିଲା ଦବଙ୍ଗ ଦିଲ୍ଲୀ । ରେଡର ନବୀନ କୁମାର ସୁପର-10 ହାସଲ କରିଥିଲେ ମାତ୍ର ଦଳକୁ ବିଜୟ ଦେଇପାରିନଥିଲେ ।

ABOUT THE AUTHOR

...view details