ଓଡିଶା

odisha

ETV Bharat / sports

60 ଛୁଇଁଲେ କୋଚ ହେବା ମନା ! - international

ଭାରତୀୟ କ୍ରିକେଟ ଦଳର ହେବ ନବକଳେବର । ଦଳର ମୁଖ୍ୟ କୋଚ, ବ୍ୟାଟିଂ କୋଚ, ବୋଲିଂ କୋଚ, ଫିଲ୍ଡିଂ କୋଚ, ଫିଜିଓ ଓ ସପୋର୍ଟ ଷ୍ଟାଫରେ ଆସିବ ପରିବର୍ତ୍ତନ । କୋଚ ପଦ ପାଇଁ 60ବର୍ଷରୁ କମ ରହିବ ଯୋଗ୍ୟତା ମାନଦଣ୍ଡ ।

ଡିଜାଇନ ଫଟୋ

By

Published : Jul 16, 2019, 5:50 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ନବକଳେବର ହେବାକୁ ଯାଉଛି । ବିଶ୍ବକପ ସେମିଫାଇନାଲରେ ଦଳ ହାରିବା ପରେ ବିସିସିଆଇ କଠୋର ହୋଇଛି । ଦଳର ମୁଖ୍ୟ କୋଚ, ବ୍ୟାଟିଂ କୋଚ, ବୋଲିଂ କୋଚ, ଫିଲ୍ଡିଂ କୋଚ, ଫିଜିଓ ଓ ସପୋର୍ଟ ଷ୍ଟାଫ ସମସ୍ତଙ୍କୁ ପରିବର୍ତ୍ତନ କରାଯିବ । ଏଥିପାଇଁ ନୂଆ କୋଚ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳର ମୁଖ୍ୟ କୋଚ ପାଇଁ ବିସିସିଆଇ ପକ୍ଷରୁ ଆବେଦନ ଗ୍ରହଣ କରାଯାଉଛି । ଆବେଦନର ଶେଷ ତାରିଖ ଜୁଲାଇ 30 ସଂନ୍ଧ୍ୟା 5 ସ୍ଥିର କରାଯାଇଛି । ତେବେ ବର୍ତ୍ତମାନ ଦଳର ମୁଖ୍ୟ କୋଚ ଥିବା ରବି ଶାସ୍ତ୍ରୀ, ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର, ବୋଲିଂ କୋଚ ଭରତ ଅରୁଣ ଙ୍କୁ 45 ଦିନର ଅଧିକ ସମୟ ଦିଆଯାଇଛି । ଏହି ସମୟ ମଧ୍ୟରେ ଭାରତ ୱେଷ୍ଟଇଣ୍ଡିଜ ଦ୍ବିପାଖିକ ସିରିଜ( ଅଗଷ୍ଟ 3ରୁ ସେପ୍ଟମ୍ବର 3 )ପର୍ଯ୍ୟନ୍ତ ପୂର୍ବ ଦାୟିତ୍ବରେ ରହିବେ । ପରେ ଏହି ଅଧିକାରୀ ମାନଙ୍କୁ ମଧ୍ୟ ଚୟନ ପ୍ରକ୍ରିୟାରେ ସାମିଲ ହେବାକୁ ପଡିବ ।

ଟିମ ଇଣ୍ଡିଆର କୋଚ ପଦରେ ରହିବାକୁ ବିସିସିଆଇ ପକ୍ଷରୁ ଅନେକ କିଛି ଯୋଗ୍ୟତାର ମାନଦଣ୍ଡ ରଖାଯାଇଛି ।

  • କୋଚ ହେବା ପାଇଁ ସେ ନିଜେ ଜଣେ ଭଲ କ୍ରିକେଟର ହୋଇଥିବେ ।
  • ଅତିକମରେ 30ଟି ଅନ୍ତଜାର୍ତୀୟ ଦିନିକିଆ ଓ 50ଟି ଟେଷ୍ଟ ଖେଳିଥିବେ ।
  • ତାଙ୍କର ବୟସ 60ବର୍ଷରୁ କମ ହୋଇଥିବ ।
  • ଅନ୍ତଜାର୍ତୀୟ ଟେଷ୍ଟ ଖେଳୁଥିବା ଦେଶର ଜାତୀୟ ଦଳର କୋଚ ଭାବେ ଅନ୍ୟୁନ 2ବର୍ଷ କାର୍ଯ୍ୟ କରିଥିବେ । କିମ୍ବା ସହକାରୀ ସଦସ୍ୟ ଭାବେ କୌଣସି ଅନ୍ତଜାର୍ତୀୟ ଦଳ ନଚେତ ଆଇପିଏଲ ଦଳ ସହିତ କାର୍ଯ୍ୟ କରିଥିବେ ।

ସବୁଠୁ ରୋଚକ କଥା ହେଉଛି 2017ରେ କୋଚ ଚୟନ ସମୟରେ 9ଟି ଯୋଗ୍ୟତା ମାନଦଣ୍ଡ ବିସିସିଆଇ ରଖିଥିଲା । ଏଥର ମାତ୍ର 3ଟି ମାନଦଣ୍ଡ ରଖାଯାଇଛି । ବର୍ତ୍ତମାନର ମୁଖ୍ୟକୋଚ ରବି ଶାସ୍ତ୍ରୀଙ୍କ ବୟସ ପାଖାପାଖି 60(57) । ଶାସ୍ତ୍ରୀ କୋଚ ଥିବାବେଳେ ଆଇସିସିର କୌଣସି ବଡ ଇଭେଣ୍ଟରେ ଟିମ ଇଣ୍ଡିଆ ବିଜୟ ହାସଲ କରିପାରିନାହିଁ ।

ABOUT THE AUTHOR

...view details