ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ବିଶ୍ବକପ ବିଜେତା କ୍ୟାପଟେନ ଧୋନି ସେନାରେ ଆରମ୍ଭ କରୁଛନ୍ତି ନୂଆ ଇଂନିସ । ଗୌରବମୟ ଭାରତୀୟ ସେନାର ପାରାଚ୍ୟୁଟ ରେଜିମେଣ୍ଟର ଲ୍ୟୁଟେନାଣ୍ଟ କଲନୋଲ ସମ୍ମାନରେ ଧୋନି ସମ୍ମାନିତ ହୋଇଛନ୍ତି । କ୍ରିକେଟରୁ ଅବସର ନେଇ ନଥିଲେ ମଧ୍ୟ ଧୋନି ସେନା କ୍ୟାମ୍ପରେ 2 ମାସ ପ୍ରଶିକ୍ଷଣ ନେବେ । ଜୁଲାଇ 31ରୁ ଅଗଷ୍ଟ 15 ପର୍ଯ୍ୟନ୍ତ କାଶ୍ମୀର ସୀମାରେ ପେଟ୍ରୋଲିଂ କରିବେ ଧୋନି ।
ଭାରତର 'ସାର ଡନ ବ୍ରାଡମ୍ୟାନ' ଧୋନି ! - ms dhoni may be sir don bradman
କ୍ରିକେଟ ପରେ ସେନାରେ ଦେଶର ସେବା କରିବେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ସାର ବ୍ରାଡମ୍ୟାନ ଆଗରୁ ଏପରି କରିସାରିଛନ୍ତି ।
ଡିଜାଇନ ଫଟୋ
ତେବେ କ୍ରିକେଟ କିମ୍ବଦନ୍ତୀ ସାର ଡନ ବ୍ରାଡମ୍ୟାନ ମଧ୍ୟ ଅଷ୍ଟ୍ରେଲିଆ ସେନାରେ ସେବା କରୁଥିଲେ । ବ୍ରାଡମ୍ୟାନଙ୍କୁ ଅଷ୍ଟ୍ରେଲିଆ ସେନା ପକ୍ଷରୁ ଲ୍ୟୁଟେନାଣ୍ଟ ସମ୍ମାନରେ ସମ୍ମାନିତ କରାଯାଇଛି । ଫିଜିକାଲ ଟ୍ରେନିଂ ଅଫିସର ଭାବେ ସାର ବ୍ରାଡମ୍ୟାନ ଗୋଟିଏ ବର୍ଷ କାର୍ଯ୍ୟ କରିଛନ୍ତି । ଜୁନ 1940ରେ ଅଷ୍ଟ୍ରଲିଆନ ଏୟାର ଫୋର୍ସରେ ବ୍ରାଡମ୍ୟାନ ଯୋଗ ଦେଇଥିଲେ ।
ତେବେ ଧୋନିଙ୍କୁ ଭାରତର ସାର ଡନ ବ୍ରାଡମ୍ୟାନ ବୋଲି ଫ୍ୟାନ୍ସ ଆଖ୍ୟା ଦେଇଛନ୍ତି ।