ଓଡିଶା

odisha

ଖାରଜ ହୋଇଥିଲା ସାମିଙ୍କ ୟୁଏସ ଭିସା, ବିସିସିଆଇ କଲା ଅନୁମୋଦନ

ବିସିସିଆଇ ସିଇଓ ରାହୁଲ ଜୋହରି ୟୁଏସ ଆମ୍ବାସିକୁ ଚିଠିଲେଖିବା ପରେ, ଭାରତୀୟ ଷ୍ଟାର ପେସର ମହମ୍ମଦ ସାମିଙ୍କ ୟୁଏସ ଭିସାକୁ ଅନୁମୋଦନ ମିଳିଛି । ଘରୋଇ ହିଂସା ଓ ନିର୍ଯାତନାର ପୋଲିସ ମାମଲା ଯୋଗୁଁ ଭିସା ରଦ୍ଦ କରିଥିଲା ୟୁଏସ ଆମ୍ବାସି ।

By

Published : Jul 27, 2019, 2:19 PM IST

Published : Jul 27, 2019, 2:19 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କୋଲକାତା: ଭାରତୀୟ ଷ୍ଟାର ପେସର ମହମ୍ମଦ ସାମିଙ୍କ ୟୁଏସ ଭିସାକୁ ଅନୁମୋଦନ ମିଳିଛି । ଏହି ବେଙ୍ଗଲ ପେସର ପାରିବାରିକ ସମ୍ପର୍କରେ ତିକ୍ତତା ଆସିଥିଲା । 2018ରେ ପତ୍ନୀ ହାସିନ ଜହାନ ସାମିଙ୍କ ବିରୁଦ୍ଧରେ ଘରୋଇ ହିଂସା ଓ ନିର୍ଯାତନାର ଅଭିଯୋଗ ଆଣିଥିଲେ ।

ଏହା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସାମିଙ୍କ ଆମେରିକା ଭିସାକୁ ୟୁଏସ ଆମ୍ବାସି ରଦ୍ଦ କରିଥିଲା । ତେବେ କ୍ରିକେଟ ବିଶ୍ବକପରେ ଭାରତ ପାଇଁ ପ୍ରଭାବି ପ୍ରଦର୍ଶନ ସହ ଆଫଗାନିସ୍ତାନ ବିପକ୍ଷରେ ବିଶ୍ବକପ ହ୍ରାଟିକ ଅର୍ଜନ କରିଥିଲେ ସାମି । ଏହାପରେ ପତ୍ନୀ ହାସିନ ଜହାନ ମନ ପରିବର୍ତ୍ତନ କରିଥିଲେ । ଟିମ ଇଣ୍ଡିଆ ପାଇଁ ସାମିଙ୍କ ପ୍ରଦର୍ଶନରେ ଖୁସି ବୋଲି କହିଥିଲେ ।

ତେବେ ବିସିସିଆଇ ସିଇଓ ରାହୁଲ ଜୋହରି ୟୁଏସ ଆମ୍ବାସିକୁ ଚିଠି ଲେଖି ଭିସା ଅନୁମୋଦନ ପାଇଁ ଚିଠି ଲେଖିଥିଲେ । ଏହି ଅନୁରୋଧକୁ ରକ୍ଷା କରି ୟୁଏସ ଆମ୍ବାସି ସାମିଙ୍କ ୟୁଏସ ଭିସାକୁ ଅନୁମୋଦନ କରିଥିବା ଜଣାପଡିଛି ।

ABOUT THE AUTHOR

...view details