ହାଇଦ୍ରାବାଦ: ପାଣ୍ଡ୍ୟା ସାଜିବେ ଯୁବରାଜ । ଏହା କହିଛନ୍ତି ଅଷ୍ଟ୍ରେଲିଆର ଦ ଗ୍ରେଟ ବୋଲର ଗ୍ଳେନ ମାକଗ୍ରାଥ । 2011 ବିଶ୍ବକପର ଭାରତୀୟ ଦଳର ହିରୋ ଥିଲେ ଷ୍ଟାଇଲିକ୍ସ ଯୁବରାଜ ସିଂହ । ମ୍ୟାନ ଅଫ ଦି ସିରିଜ ବି ହୋଇଥିଲେ । ଭାରତ 2011 ବିଶ୍ବକପ ଜିତିବାରେ ଯୁବିଙ୍କର ଥିଲା ସର୍ବାଧିକ ଅବଦାନ । ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିଲେ ଯୁବି ।
ଭାରତର ଯୁବରାଜ ପାଣ୍ଡ୍ୟା: ମାକଗ୍ରାଥ - Yuvaraj
ପାଣ୍ଡ୍ୟା ସାଜିବେ ଯୁବରାଜ । ଏହା କହିଛନ୍ତି ଅଷ୍ଟ୍ରେଲିଆର ଦ ଗ୍ରେଟ ବୋଲର ଗ୍ଳେନ ମାକଗ୍ରାଥ ।
ଚଳିତ ବିଶ୍ବକପରେ ଭାରତୀୟ ଦଳ କେଉଁ ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରିବ? ଏବଂ ଯଦି ସେହି ଖେଳାଳି ଯୁବରାଜ ସିଂହ ହୁଅନ୍ତି ତେବେ, ବର୍ତ୍ତମାନ ଟିମରେ ଥିବା କେଉଁ ଖେଳାଳି ତାଙ୍କ ସ୍ଥାନ ପୂରଣ କରିପାରିବେ ?
ଏମିତି ପ୍ରଶ୍ନର ଉତ୍ତରରେ ବିଶ୍ବକ୍ରିକେଟର ଅନ୍ୟତମ ଶ୍ରେଷ୍ଠ ବୋଲର ମାକଗ୍ରାଥ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ଯେ କୌଣସି ସ୍ଥିତିରେ ବଡ ହିଟ ଲଗାଇପାରିବେ ବୋଲି ସେ କହିଛନ୍ତି । ଦଳରେ ଅଭିଜ୍ଞ ଧୋନୀ ମଧ୍ୟ ରହିଛନ୍ତି । ସେ ମଧ୍ୟ ବଡ ସଟ ଖେଳିବାରେ ମାହିର ବୋଲି ମାକଗ୍ରାଥ କହିଛନ୍ତି ।
ବିଶ୍ବକପ ମ୍ୟାଚରେ ସର୍ବଦା ଫିନିସରର ଭୂମିକା ଗୁରୁତ୍ତ୍ବପୂର୍ଣ୍ଣ ହୋଇଥାଏ । ଯୁବରାଜ ଏହି ଭୂମିକା ଭଲଭାବେ ନିଭାଉଥିଲେ । ତେବେ 2019 ବିଶ୍ବକପରେ ଯୁବରାଜଙ୍କୁ 15 ଜଣିଆ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ ।