ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ବୁମରା ପିନ୍ଧିଲେ ଭୁଲ ଜର୍ସି । ଫଳରେ ଗୋଟିଏ ଓଭର ବୋଲିଂ କରିବା ପରେ ସେ ପୁଣି ଡ୍ରେସିଂ ରୁମ ଯାଇ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଜର୍ସି ବଦାଳାଇ ଫେରିଥିବା ଦେଖାଯାଇଥିଲା । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଜର୍ସି ବଦଳରେ ବୁମରା ଭୁଲବଶତଃ ରେଗୁଲାର ଟେଷ୍ଟ ଜର୍ସି ପିନ୍ଧିଥିଲେ ।
ସେହି ସମୟରେ ନ୍ୟୁଜିଲାଣ୍ଡ 2 ୱିକେଟ ହରାଇ 101 କରିଥିଲା । ଖେଳ ଆରମ୍ଭରୁ ପ୍ରଥମ ଓଭର ବୋଲିଂ ଦାୟିତ୍ୱ ଜଶପ୍ରୀତ ବୁମରାଙ୍କୁ ଦିଆଯାଇଥିଲା । ତେବେ ଭୁଲ ବଶତଃ ରେଗୁଲାର ଟେଷ୍ଟ ଜର୍ସି ପିନ୍ଧି ବୋଲିଂ କରିଥିଲେ । ପ୍ରଥମ ଓଭର ବୋଲିଂ ପରେ ସେ ତୁରନ୍ତି ଜର୍ସି ବଦଳାଇଥିଲେ ।