ଓଡିଶା

odisha

ETV Bharat / sports

ବିରାଟ ମୋ ବ୍ୟାଟିଂ ଗୁରୁ: ବାବର ଆଜାମ

ବିଶ୍ବକପରେ ଭାରତ ପାକିସ୍ତାନ ମ୍ୟାଚ ପୂର୍ବରୁ ବ୍ୟାଟ୍ସମ୍ୟାନ ବାବର ଆଜମ ବ୍ୟାଟିଂରେ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ମାନୁଥିବା କହିଛନ୍ତି ।

By

Published : Jun 15, 2019, 6:25 PM IST

ଫଟୋ ସୌଜନ୍ୟା: ସୋସିଆଲ ମିଡିଆ

ଲଣ୍ଡନ: ଚଳିତ ବିଶ୍ବକପରେ କମାଲ ପ୍ରଦର୍ଶନ କରିଛନ୍ତି ଟି-20 ମାନ୍ୟତାର ନଂ ବ୍ୟାଟମ୍ୟାନ ବାବର ଆଜମ । ତେବେ ବିଶ୍ବକପରେ ଭାରତ ପାକିସ୍ତାନ ମ୍ୟାଚ ପୂର୍ବରୁ ସେ ବିରାଟଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସେ ବ୍ୟାଟିଂରେ ବିରାଟ କୋହଲିଙ୍କୁ ନିଜର ଆଦର୍ଶ ମାନୁଥିବା କହିଛନ୍ତି ।

ବାବର କହିଛନ୍ତି, ମୁଁ ବିରାଟଙ୍କ ବ୍ୟାଟିଂ ଷ୍ଟାଇଲକୁ ଅନୁସରଣ କରେ । ପ୍ରତିକୁଳ ପରିସ୍ଥିତିରେ ସେ ଯେପରି ବ୍ୟାଟିଂ କରନ୍ତି ତାହା ମୁଁ ତାଙ୍କଠାରୁ ଶିଖିଛି ।

ସେ ଆହୁରି କହିଛନ୍ତି ଯେ, ବିରାଟଙ୍କଠାରୁ ବ୍ୟାଟିଂ ଶିଖିବା ଭଲ ଲାଗେ । ଫଳରେ ଖେଳରେ ସୁଧାର ଆସିଥାଏ । ସେ ମଧ୍ୟ ବିରାଟଙ୍କ ଭଳି ମ୍ୟାଚ ୱିନର ହେବାକୁ ଚାହାଁନ୍ତି ବୋଲି କହିଛନ୍ତି । ସୂଚନାଯୋଗ୍ୟ କି, ପାକିସ୍ତାନ ଚଳିତ ବିଶ୍ୱକପରେ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି । ଏହି ମ୍ୟାଚରେ ବାବର 64 ରନର ମହତ୍ୱପୂର୍ଣ୍ଣ ପାଳି ଖେଳିଥିଲେ ।

ତେବେ ବାବର ଭାରତ-ପାକିସ୍ଥାନ ମ୍ୟାଚକୁ ନେଇ କହିଛନ୍ତି, "ଚାମ୍ପିଅନ୍ସ ଟ୍ରଫି ମ୍ୟାଚର ସ୍ମୃତିକୁ ଆମେ କେବେ ବି ଭୁଲି ପାରିବୁ ନାହିଁ । ଏହା ସବୁବେଳେ ଆମକୁ ଉତ୍ସାହିତ କରୁଛି । ଏହା ଆମ ଆତ୍ମବିଶ୍ୱାସକୁ ବଢ଼ାଇଛି । ରବିବାର ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ମଧ୍ୟ ଏହା ଆମକୁ ଉତ୍ସାହିତ କରିବ । କାରଣ ଚମ୍ପିଆନ୍ସ ଟ୍ରଫିରେ ଆମର ଯେଉଁ ଟିମ୍ ଥିଲା, ସେଥିରେ କିଛି ବିଶେଷ ପରିବର୍ତ୍ତନ ହୋଇନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details