ନୂଆଦିଲ୍ଲୀ: ବିଶ୍ବକପ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ । କ୍ରିକେଟ ଖେଳୁଥିବା ସବୁ ଦେଶ ବିଶ୍ବକପ ବିଜେତା ହେବାକୁ ଲକ୍ଷ୍ୟ ରଖିଥାନ୍ତି । ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ ଥାଏ ବିଶ୍ବକପରେ ଭଲ ପ୍ରଦର୍ଶନ କରି, ଦଳକୁ ବିଶ୍ବ ଚମ୍ପିଆନ ଭାବେ ଦେଖିବାକୁ । ତେବେ 1975ରୁ ଆରମ୍ଭ ହୋଇଥିବା କ୍ରିକେଟ ବିଶ୍ବକପ, 44ବର୍ଷ ଧରି 11ଟି ସଂସ୍କରଣ ଖେଳା ସରିଛି ।
ଅନେକ କିମ୍ବଦନ୍ତୀ ଖେଳାଳି ବିଶ୍ବକପ ଖେଳିଛନ୍ତି । ନିଜ ଦେଶ ପାଇଁ ଦମଦାର ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି । ବିଶ୍ବକପରେ ଅନେକ ଘଟଣା ଏବେବି ସ୍ମରଣୀୟ ମୂହୂର୍ତ୍ତ ହୋଇ ରହିଛି । ଭାରତର ସଚିନ ତେନ୍ଦୁଲକର ସର୍ବାଧିକ 9 ଥର ବିଶ୍ବକପରେ ମ୍ୟାନ ଅଫ ଦି ମ୍ୟାଚ ରହିଛନ୍ତି । ସଚିନଙ୍କ ପଛକୁ ଅଛନ୍ତି ଅଷ୍ଟ୍ରେଲିଆର ଗ୍ଳେନ ମାଗ୍ରାଥ । ବିଶ୍ବକପରେ ସେ 6 ଥର ମ୍ୟାନ ଅଫ ଦି ମ୍ୟାଚ ରହିଛନ୍ତି । ତୃତୀୟ ସ୍ଥାନରେ 5ଜଣ କ୍ରିକେଟର ରହିଛନ୍ତି । ପ୍ରତ୍ୟେକ ଖେଳାଳି 5 ଥର ଲେଖାଏଁ ବିଶ୍ବକପ ମ୍ୟାଚରେ ମ୍ଯାନ ଅଫ ଦି ମ୍ୟାଚ ରହିଛନ୍ତି ।
ନଜର ପକାନ୍ତୁ କେଉଁ ବିଶ୍ବକପରେ କେମିତି ଥିଲା ସର୍ବାଧିକ ଥର ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ଖେଳାଳିଙ୍କ ପ୍ରଦର୍ଶନ:
ସଚିନ ତେନ୍ଦୁଲକର(1992-2011)
1.ବିଶକପରେ ମ୍ୟାନ ଅଫ ଦି ମ୍ୟାଚ ହେବାକୁ ସଚିନ ଅଧିକ ସମୟ ନେଇନଥିଲେ । 1992 ବିଶ୍ବକପ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ଆୟୋଜନ କରିଥଲେ । ସଚିନଙ୍କ ବୟସ ସେତେବେଳେ ମାତ୍ର 19 ଥିଲା । ସିଡିନିରେ ପାକିସ୍ତାନ ବିପକ୍ଷ ମ୍ୟାଚରେ 62 ବଲରୁ 54 ରନର ପାଳିଥିଲେ ସଚିନ । ଫଳରେ 42 ରନରେ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ । ଏହି ମ୍ୟାଚରେ ସଚିନ ପ୍ରଥମ ଥର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ତା ପରେ ମ୍ୟାଚୱ ଭାରତର ଜିମ୍ବାୱେ ବିପକ୍ଷରେ ଖେଳିଥିଲା । ସଚିନ 77 ବଲରେ 81 ରନର ପାଳି ଖେଳି ଖେଳି ମ୍ୟାଚ ଅଫ ଦି ମ୍ୟାଚ ହୋଇଥିଲେ ।