ଲିଡିସ: ଚଳିତ କ୍ରିକେଟ ବିଶ୍ବକପ ଅନେକ ଭେଟେରାନ ଖେଳାଳିଙ୍କ ପାଇଁ ଶେଷ ବିଶ୍ବକପ । ଏହାପରେ ହୁଏତ ସେମାନଙ୍କୁ ବିଶ୍ବକପ କ୍ରିକେଟରେ ନିଜ ଦେଶ ପାଇଁ ଖେଳୁଥିବାର ଦେଖିବାକୁ ନମିଳିପାରେ । ଏହି ତାଲିକାରେ ଆଗରେ ଅଛନ୍ତି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ଅନ୍ୟଦେଶର ପ୍ରଶଂସକ ମଧ୍ୟ ଗେଲଙ୍କ ଲମ୍ବା ପାଳି ଦେଖିବାକୁ ପସନ୍ଦ କରନ୍ତି ।
ବିଶ୍ବକପ: ଶେଷ ପରୀକ୍ଷାରେ କ୍ରିସ ଗେଲ ଫେଲ - AFGANISTAN
କ୍ରିକେଟ ଜୀବନର ଶେଷ ବିଶ୍ବକପ ମ୍ୟାଚରେ ଫେଲ ହୋଇଛନ୍ତି ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ । ଶେଷ ବିଶ୍ବକପ ହୋଇଥିବାରୁ କିଛି ଖାସ ଇନିଂସ ଖେଳି ଅନ୍ତଜାର୍ତୀୟ କ୍ୟାରିୟରକୁ ସ୍ମରଣୀୟ କରିବାକୁ ଗେଲ ଚାହିଁବେ ବୋଲି ଦର୍ଶକ ଆଶାବାଦୀ ଥିଲେ । ତେବେ ଆଜିର ମ୍ୟାଚରେ ମାତ୍ର 7 ରନ କରି ଆଉଟ ହେବା ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି ।
ତେବେ ନିଜ କ୍ରିକେଟ ଜୀବନର ଶେଷ ବିଶ୍ବକପ ମ୍ୟାଚରେ ଗେଲ ଫେଲ ହୋଇଛନ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ୱେଷ୍ଟଇଣ୍ଡିଜର ଶେଷ ମ୍ୟାଚ । ଏହା ପୂର୍ବରୁ 8ଟି ମ୍ୟାଚ ଖେଳି ମାତ୍ର 3 ପଏଣ୍ଟ ପାଇଛି । କେବଳ ପାକିସ୍ତାନକୁ ହରାଇବାରେ ଦଳ ସଫଳ ହୋଇଥିଲା । ସେମିପାଇନାଲ ରେସରୁ ବହୁପୂର୍ବରୁ ବାଦ ପଡିସାରିଛି ।
ଦଳର ନୈରାଶା ଜନକ ପ୍ରଦର୍ଶନ ଜାରି ଥିବାବେଳେ ଗେଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଥିଲା । ଇଂଲଣ୍ଡରେ ବ୍ୟାଟ୍ସମ୍ୟାନଙ୍କୁ ପିଚ ସୁହାଉଥିବାରୁ ଗେଲ ବଡ ସ୍କୋର କରିବାନେଇ ଆଶା କରାଯାଉଥିଲା । ଶେଷ ବିଶ୍ବକପ ହୋଇଥିବାରୁ କିଛି ଖାସ ଇନିଂସ ଖେଳି ଅନ୍ତଜାର୍ତିକ କ୍ୟାରିୟରକୁ ସ୍ମରଣୀୟ କରିବାକୁ ଗେଲ ଚାହିଁବେ ବୋଲି ଦର୍ଶକ ଆଶାବାଦୀ ଥିଲେ । ତେବେ ଆଜିର ମ୍ୟାଚରେ ମାତ୍ର 7 ରନ କରି ଆଉଟ ହେବା ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି ।