ଓଡିଶା

odisha

ETV Bharat / sports

ବିଶ୍ବକପ: ଶ୍ରୀଲଙ୍କାର ସେମି ଆଶା ଧୂଳିଶାତ, ଦକ୍ଷିଣ ଆଫ୍ରିକାର 2ୟ ବିଜୟ - Srilanka

ଶ୍ରୀଲଙ୍କାକୁ 9 ୱିକେଟରେ ହରାଇ 8ମ ମ୍ୟାଚରୁ 2ୟ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ଫଳରେ ଶ୍ରୀଲଙ୍କାର ଶ୍ରେଷ୍ଠ 4ଦଳ ମଧ୍ୟରେ ରହି ସେମିଫାଇନାଲ ଖେଳିବା ଆଶା ଚୁରମାର ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

By

Published : Jun 28, 2019, 11:00 PM IST

ଲଣ୍ଡନ: ବିଶ୍ବକପ ମୁକାବିଲାରେ ବିଳମ୍ବରେ ହେଲେ ମଧ୍ୟ ଦକ୍ଷିଣ ଆଫ୍ରିକା ବିଜୟର ସ୍ବାଦ ଚାଖିଛି । ଶ୍ରୀଲଙ୍କାକୁ 9 ୱିକେଟରେ ହରାଇ 8ମ ମ୍ୟାଚରୁ 2ୟ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ତେବେ ଡୁପ୍ଲେସିସଙ୍କ ଦଳ ବିଶ୍ବକପରୁ ପୂର୍ବରୁ ବାଦ ପଡିସାରିଛି । ଅନ୍ୟପଟେ ଏହି ପରାଜୟ ଶ୍ରୀଲଙ୍କାର ଶ୍ରେଷ୍ଠ 4ଦଳ ମଧ୍ୟରେ ରହି ସେମିଫାଇନାଲ ଖେଳିବା ଆଶାକୁ ଶେଷ କରିଛି । ଶ୍ରୀଲଙ୍କାକୁ ଆଉ 2ଟି ମ୍ୟାଚ ଖେଳିବାକୁ ଥିବାବେଳେ ଦଳ 6 ପଏଣ୍ଟରେ ଅପରିବର୍ତ୍ତିତ ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

204 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଡିକ କଙ୍କ ୱିକେଟ ହରାଇ ସହଜ ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । କ୍ୟାପଟେନ ଡୁପ୍ଲେସିସ 96 ରନର ମ୍ୟାଚ ବିଜୟୀ ପାଳି ଖେଳିଛନ୍ତି । ଭେଟେରାନ ହାସିମ ଅମଲା 105 ବଲରୁ 80 ରନର ପାଲି ଖେଳିଛନ୍ତି । ଉଭୟଙ୍କ ମଧ୍ୟରେ 175 ରନର ପାର୍ଟନରସିପ ହୋଇଥିଲା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ପ୍ରଥମେ ବ୍ୟାଟିଂ କରି ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ସିହଂଳ ଟିମ । ମାତ୍ର 203 ରନରେ ଅଲଆଉଟ ହୋଇଯାଇଥିଲା ପୁରା ଟିମ । ଶ୍ରୀଲଙ୍କା ପକ୍ଷରୁ ସର୍ବାଧିକ 30ରନ କୁସଲ ପରେରା ଓ ଅଭିସ୍କା ଫର୍ଣ୍ଣାଣ୍ଡୋ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଦକ୍ଷିଣ ଆଫ୍ରିକାର ବୋଲିଂ ଦମଦାର ରହିଥିଲା । ଦଲ ପକ୍ଷରୁ କ୍ରିସ ମୋରିସ ଓ ଡ୍ବାଇନ ପ୍ରିଟୋରିସ ସର୍ବାଧିକ 3ଟି ୱିକେଟ ନେଇଥିଲେ । ରବାଡା ଅନ୍ୟଏକ ଶ୍ରେଷ୍ଠ ବୋଲିଂର ପ୍ରଦର୍ଶନ କରିଥିଲେ । 10 ଓଭର ବୋଲିଂ କରି 2ଟି ମେଡେନ ସହ 36 ରନ ବ୍ୟୟ କରି 2ଟି ୱିକେଟ ନେଇଛନ୍ତି । ଫେହେଲୁକାୱ 2ଟି ଓ ଜେପି ଡୁମିନି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ABOUT THE AUTHOR

...view details