ନୂଆଦିଲ୍ଲୀ: ଟିମ ଇଣ୍ଡିଆର ବ୍ରେନ ହେଉଛନ୍ତି ଧୋନୀ । ବିଶ୍ବକପରେ ଭାରତୀୟ ଦଳର ମୁଖ୍ୟ ଟ୍ରମ୍ପକାର୍ଡ ଧୋନୀ । ବଡ ଟୁର୍ଣ୍ଣାମେଣ୍ଟରେ ଚାପରେ ଖେଳିବାର ଅଭିଜ୍ଞତା ଧୋନୀଙ୍କୁ ବେଶ ଭଲଭାବେ ଜଣା । ଏକଥା ତ ସବୁ ଭାରତୀୟ ସ୍ବୀକାର କରିବେ । ତେବେ ଏକଥା କହିଛନ୍ତି ପାକିସ୍ତାନର ପୂର୍ବତନ କ୍ୟାପଟେନ ଜାହିର ଆବାସ ।
ବିଶ୍ବକପରେ ଭାରତର 'ବ୍ରେନ' ଧୋନୀ - ଭାରତର
ଟିମ ଇଣ୍ଡିଆର ବ୍ରେନ ହେଉଛନ୍ତି ଧୋନୀ । ବିଶ୍ବକପରେ ଭାରତୀୟ ଦଳର ମୁଖ୍ୟ ଟ୍ରମ୍ପକାର୍ଡ ଧୋନୀ ।
ଧୋନୀଙ୍କ ନେତୃତ୍ବରେ ଟିମ ଇଣ୍ଡିଆ 2007 ଟି-ଟ୍ବେଣ୍ଟି ବିଶ୍ବକପ ଜିତିଛି । 2011 ଆଇସିସି ଦିନିକିଆ ବିଶ୍ବକପ ବିଜୟୀ ହୋଇଛି । 2010 ଓ 2016 ଏସିଆ କପରେ ବାଜିମାତ କରିଛି । ଆଇସିସି ଚମ୍ପିଆନ ଟ୍ରଫି 2013 ମଧ୍ୟ ଧୋନୀଙ୍କ ନେତୃତ୍ବରେ ଜିତିଛି ।
ୱିକେଟ ପଛରେ ରହି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ଗତିବିଧି ପରଖନ୍ତି ଧୋନୀ । ପରେ ସେହି ଅନୁଯାୟୀ ନିଜ ଯୁବ ବୋଲରଙ୍କୁ ବୋଲିଂ ପାଇଁ କହିଥାନ୍ତି । ଧୋନୀ ମ୍ୟାଚର ପିରିସ୍ଥିତିକୁ ଭଲଭାବେ ବୁଝନ୍ତି ବୋଲି କହିଛନ୍ତି ଆବାସ । ଭାରତର ଶକ୍ତିଶାଳି ବ୍ୟାଟିଂ ଲାଇନଅପ ରହିଛି । ଇଂଲଣ୍ଡର ପିଚକୁ ଦେଖିଲେ ଭାରତ 400ରୁ 450ସ୍କୋର କରିପାରେ କହିଛନ୍ତି ପୂର୍ବତନ ପାକିସ୍ତାନ କ୍ୟାପଟେନ ଜାହିର ଆବାସ ।