ହାଇଦ୍ରାବାଦ: ଏକଦା କ୍ରିକେଟ ଜଗତରେ ରାଜ କରୁଥିଲା ୱେଷ୍ଟଇଣ୍ଡିଜ । ଦିନଥିଲା ୱେଷ୍ଟଇଣ୍ଡିଜ ବୋଲରଙ୍କୁ ସାମ୍ନା କରିବା ମୁସ୍କିଲ ଥିଲା । ବିଶ୍ବ କ୍ରିକେଟରେ ଯେମିତି ଆଧିପତ୍ୟ ଥିଲା ୱେଷ୍ଟଇଣ୍ଡିଜର ।
ଆମ ପୁରୁଣା ଦିନ ଫେରିବ: ହୋଲ୍ଡର - legacy
ହୋଲ୍ଡର କହିଛନ୍ତି ଏହି ବିଶ୍ବକପ ଆମକୁ ଆମର ପୁରୁଣା ଦିନ ଫେରାଇ ଆଣିବାକୁ ସୁଯୋଗ ଦେଇଛି ।
କ୍ରିକେଟ ବିଶ୍ବକପରେ ମଧ୍ୟ ସ୍ବର୍ଣ୍ଣିମ ଇତିହାସ ରହିଛି ୱେଷ୍ଟଇଣ୍ଡିଜର । ବିଶ୍ବକପର ପ୍ରଥମ ଦୁଇଟି ସଂସ୍କରଣରେ ବିଶ୍ବ ଚମ୍ପିଆନ ହୋଇଥିଲା ଦଳ । ତୃତୀୟ ସଂସ୍କରଣରେ ଫାଇନାଲରେ ପହଞ୍ଚିଥିଲା ୱେଷ୍ଟଇଣ୍ଡିଜ । ଅନେକ କିମ୍ବଦନ୍ତୀ ଖେଳାଳି ରଚିଛନ୍ତି ଅବିଶ୍ବସନୀୟ ରେକର୍ଡ । କିନ୍ତୁ ସେସବୁ ଏବେ ଅତୀତ । ଏବେକାର ୱେଷ୍ଟଇଣ୍ଡିଜ ଟିମ ବିଶ୍ବକପରେ ସ୍ଥାନ ପାଇବାକୁ ସଂଘର୍ଷ କରୁଛି । ତେବେ କ୍ୟାପଟେନ ଜାସନ ହୋଲ୍ଡର 2019 ବିଶକପକୁ ନେଇ ଆଶାବାଦୀ ଅଛନ୍ତି । ହୋଲ୍ଡର କହିଛନ୍ତି ଏହି ବିଶ୍ବକପ ଆମକୁ ଆମର ପୁରୁଣା ଦିନ ଫେରାଇ ଆଣିବାକୁ ସୁଯୋଗ ଦେଇଛି ।
ଦଳରେ ଆଣ୍ଡ୍ରେ ରସେଲ, କ୍ରିସ ଗେଲ,ବ୍ରେଥୱେଟ ଙ୍କ ଭଳି ଖେଳାଳି ଅଛନ୍ତି ।
ଓପନର ବ୍ୟାଟ୍ସମ୍ୟାନ ଇଭିନ ଲୁଇସ ବିଶ୍ବକପ ଟ୍ରଫି ଜିତିବା ତାଙ୍କର ସ୍ବପ୍ନ ବୋଲି କହିଛନ୍ତି । 2016 ଟି-ଟ୍ବେଣ୍ଟି ବିଶ୍ବକପ ୱେଷ୍ଟଇଣ୍ଡିଜ ଜିତିଥିଲା । ଏବେ ଦିନିକିଆ ବିଶ୍ବକପ ଜିତିବାକୁ ଦଳ ଲକ୍ଷ୍ୟ ରଖିଛି ।