ଓଡିଶା

odisha

ETV Bharat / sports

ମାଥ୍ୟୁସଙ୍କ ଶତକ, ଭାରତକୁ 265 ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା

ବିଶ୍ବକପ ଲଢେଇରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେଉଛି ।  ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 264 ରନ କରିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

By

Published : Jul 6, 2019, 8:07 PM IST

ଲିଡସ: ବିଶ୍ବକପ ଲଢେଇରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେଉଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 264 ରନ କରିଛି । ଦଳ ପକ୍ଷରୁ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଦମଦାର ଶତକ ହାସଲ କରିଛନ୍ତି । 128 ବଲରେ 10ଚୌକା ଓ 2ଛକା ସହାୟତାରେ 113 ରନର ପାଳି ଖେଳିଥିଲେ ମାଥ୍ୟୁସ । ଲାହିରୁ ଥିରିମାନେ 68 ବଲରୁ 53 ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଏକଦା 55 ରନରେ 4ଟି ୱିକେଟ ହରାଇ ସଂକଟରେ ପଡିଥିଲା ଶ୍ରୀଲଙ୍କା । ତେବେ ମାଥ୍ୟୁସ ଓ ଥିରିମନେଙ୍କ ମଧ୍ୟରେ 124 ରନର ପାର୍ଟନରସିପ ହୋଇଥିଲା ।

ଭାରତ ଫିଲ୍ଡିଂରେ ଏକାଧିକ କ୍ୟାଚ ହାତଛଡା କରିଥିଲା । ଭାରତ ପକ୍ଷରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ବୁମ୍ରା ସର୍ବାଧିକ 3ଟି ୱିକେଟ ନେଇଥିଲେ । ଭୁବନେଶ୍ବର କୁମାର, ପାଣ୍ଡ୍ୟା, ଜାଡେଜା ଓ କୁଲଦୀପ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।


ଭାରତ ଚଳିତ ବିଶ୍ବକପର ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି । ତେବେ ଶ୍ରୀଲଙ୍କା ବିଶ୍ବକପରୁ ପୂର୍ବରୁ ବାଦ ପଡିସାରିଛି ।

ABOUT THE AUTHOR

...view details