ଓଡିଶା

odisha

ETV Bharat / sports

ବିଶ୍ବକପ: ଲଢିଲା ଆଫଗାନ, ସାମିଙ୍କ ହାଟ୍ରିକରେ ଜିତିଲା ହିନ୍ଦୁସ୍ତାନ

ବିଶ୍ବକପ ଲଢେଇରେ ଅନ୍ୟଏକ ରୋମାଞ୍ଚପୂର୍ଣ୍ଣ ମୁକାବଲା ଦେଖିବାକୁ ମିଳିଛି । ଆଫଗାନିସ୍ତାନକୁ 11 ରନରେ ମାତ ଦେଇଛି ଟିମ ଇଣ୍ଡିଆ । ମହମ୍ମଦ ସାମି ହାଟ୍ରିକ ୱିକେଟ ନେଇ ଭାରତକୁ ବିଜୟ ଭେଟି ଦେଇଛନ୍ତି ।

By

Published : Jun 22, 2019, 11:58 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

ସାଉଥମ୍ପଟନ: ବିଶ୍ବକପ ଲଢେଇରେ ଅନ୍ୟଏକ ରୋମାଞ୍ଚପୂର୍ଣ୍ଣ ମୁକାବଲା ଦେଖିବାକୁ ମିଳିଛି । ଆଫଗାନିସ୍ତାନକୁ 11 ରନରେ ମାତ ଦେଇଛି ଟିମ ଇଣ୍ଡିଆ । ମହମ୍ମଦ ସାମି ହାଟ୍ରିକ ୱିକେଟ ନେଇ ଭାରତକୁ ବିଜୟ ଭେଟି ଦେଇଛନ୍ତି ।

ଚଳିତ ବିଶ୍ବକପର ପ୍ରଥମ ହାଟ୍ରିକ ମହମ୍ମଦ ସାମିଙ୍କ ନାଁରେ ହୋଇଛି । ସାମି 9.5 ଓଭର ବୋଲିଂ କରି ଗୋଟିଏ ମେଡେନ ଓଭର ସହ ସର୍ବାଧିକ 4ଟି ୱିକେଟ ନେଇଥିଲେ । ବୁମରା, ଚହଲ ଓ ପାଣ୍ଡ୍ୟା 2ଟି ଲେଖାଏଁ ୱିକେଟ ନେଇଥିଲେ । ମ୍ୟାଚର ଗୁରୁତ୍ବପୂର୍ଣ୍ଣ ସମୟରେ 2ଟି ୱିକେଟ ନେଇ ଭାରତ ପକ୍ଷକୁ ମ୍ୟାଚ ଛଡାଇ ଆଣିଥିବାରୁ ଜସପ୍ରିତ ବୁମରା ମ୍ୟାଚ ଅଫ ଦି ମ୍ୟାଚ ହୋଇଛନ୍ତି ।

ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । 55 ବଲରେ 4ଚୌକା ଓ ଗୋଟିଏ ଛକା ସହ 52 ରନ କରିଥିଲେ । ରହମ୍ମତ ସାହା 36, ଗୁଲବାଦ୍ଦିନ ନୈବ 27 ଓ ନଜିବୁଲ୍ଲା 21 ରନର ପାଳି ଖେଳିଥିଲେ ।
ପ୍ରଥମେ ବ୍ୟାଟିଂ କରି ଭାରତ 224 ରନ କରିଥିଲା । ତେବେ ଟିମ ଇଣ୍ଡିଆର ବୋଲର ଆଫଗାନ ବ୍ୟାଟ୍ସମ୍ୟାନଙ୍କୁ ପ୍ରଥମରୁ ଟାର୍ଗେଟ କରିଥିଲେ । ଫଳରେ ନିୟମିତ ବ୍ୟବଧାନରେ ଆଫଗାନ ବ୍ୟାଟ୍ସମ୍ଯାନଙ୍କୁ ଆଉଟ କରି ଭାରତକୁ ବିଜୟୀ କରାଇଥିଲେ ଭାରତୀୟ ବୋଲର ।

ତେବେ ପୁରା ମ୍ୟାଚରେ ଆଫଗାନିସ୍ତାନର ଲଢୁଆ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅଫକୁ ବଡ ସ୍କୋର କରିବାକୁ ଦେଇନଥିଲେ ଆଫଗାନ ବୋଲର । ଭାରତ ପକ୍ଷରୁ କୋହଲି ସର୍ବାଧିକ 67 ରନ କରିଥିଲେ । କେଦାର ଯାଦବ 52, ଲୋକେଶ ରାହୁଲ 30, ବିଜୟ ଶଙ୍କର 29, ଧୋନୀ 28 ରନ କରି ଆଉଟ ହୋଇଥିଲେ ।


ଏହି ବିଜୟ ପରେ ଭାରତ ପଏଣ୍ଟ ଟେବୁଲର 9 ପଏଣ୍ଟ ସହ 3ୟ ସ୍ଥାନରେ ପହଞ୍ଚିଛି । ଆଫଗାନିସ୍ତାନ ଖେଳିଥିବା 6 ଟି ମ୍ୟାଚରୁ 6ଟିରେ ପରାଜିତ ହୋଇ ପଏଣ୍ଟ ଟେବୁଲର ଶେଷରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details