ଲିଡସ: ଆଇସିସି ଇଭେଣ୍ଟରେ ହାଇପ୍ରୋଫାଇଲ ମ୍ୟାଚ ବେଳେ ଖୋଜାପଡେ ଅମ୍ପାୟାର ଇଆନ ଗୁଲ୍ଡଙ୍କୁ । ଶନିବାର ଭାରତ-ଶୀଲଙ୍କା ମ୍ୟାଚ ପରେ ଅମ୍ପାୟାର କ୍ୟାରିୟରରୁ ଅବସର ନେଇଛନ୍ତି ଇଆନ । 19 ଅଗଷ୍ଟ 1957ରେ ଇଂଲଣ୍ଡରେ ଇଆନ ଜେମ୍ସ ଗୁଲ୍ଡଙ୍କ ଜନ୍ମ । ପୂର୍ବତନ ଇଂଲିସ ଫୁଟବଲ କ୍ଳବର ଚେୟାଲମ୍ୟାନ, ପୂର୍ବତନ ଇଂଲଣ୍ଡ କ୍ରିକେଟର, ୱିକେଟ କିପର, ଫୁଟବଲ ଗୋଲକିପର ଓ ଅମ୍ପାୟାର ରହିଛନ୍ତି ।
ଇଆନ ଗୁଲ୍ଡ (2008-2019) ମଧ୍ୟରେ 74 ଟି ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ କରିଛନ୍ତି । ସେ ଟେଷ୍ଟ ମ୍ୟାଚରେ ପ୍ରଥମେ 19-22 ନଭେମ୍ବର 2008ରେ ଦକ୍ଷିଣ ଆଫ୍ରିକା-ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅମ୍ପାୟାରିଂ କରିଥିଲେ । ଦିନିକିଆରେ (2006-2019) ମଧ୍ୟରେ 140ଟି ମ୍ୟାଚରେ ଅମ୍ପାୟାରିଂ କରିଛନ୍ତି । ଟି-20ରେ(2006-2016) ମଧ୍ୟରେ 37 ଟି ମ୍ୟାଚରେ ଅମ୍ପାୟାରିଂ କରିଛନ୍ତି ।