ଓଡିଶା

odisha

ETV Bharat / sports

ବିଶ୍ବକପର ଗୋଟିଏ ମ୍ୟାଚରେ ମୋର୍ଗାନଙ୍କ ସର୍ବାଧିକ ଛକା ରେକର୍ଡ

ମୋର୍ଗାନ ଗୋଟିଏ ଦିନିକିଆ ମ୍ୟାଚରେ ସର୍ବାଧିକ 17ଟି ଛକା ମାରି ରେକର୍ଡର ଅଧିକାରୀ ହୋଇଛନ୍ତି ।

By

Published : Jun 18, 2019, 9:30 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketwoldcup)

ମଞ୍ଚେଷ୍ଟର: ଚଳିତ ବିଶ୍ବକପରେ ଇଂଲଣ୍ଡ ଅନେକ ନୂଆ ରେକର୍ଡ ନିଜ ନାମରେ କରୁଛି । ତେବେ ଇଂଲଣ୍ଡର କ୍ୟାପଟେନ ଇଆନ ମୋର୍ଗାନ ଗୋଟିଏ ଦିନିକିଆ ମ୍ୟାଚରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁ ରେ କରିଛନ୍ତି । ମୋର୍ଗାନ 17ଟି ଛକା ମାରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।

ପୂର୍ବରୁ ଗୋଟିଏ ଦିନିକିଆ ମ୍ୟାଚରେ ସର୍ବାଧିକ ଛକା ମାରିବାର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ନାଁରେ ରହିଥିଲା । 2015 ବିଶ୍ବକପରେ କ୍ରିସ ଗେଲ ଜିମ୍ବାୱେ ବିପକ୍ଷରେ 16ଛକା ମାରିଥିଲେ । 2015 ବିଶ୍ବକପରେ ମାର୍ଟିନ ଗୁପ୍ଟିଲ 11ଟି ଛକା ମାରବାର ରେକର୍ଡ କରିଥିଲେ ।

ABOUT THE AUTHOR

...view details