ଓଡିଶା

odisha

ETV Bharat / sports

ସବୁ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ

ବିଶ୍ବକପରେ ସବୁ ପ୍ରକାର ଚ୍ୟାଲେଞ୍ଜ ପାଇଁ ଟିମ ପ୍ରସ୍ତୁତ ଥିବା ବିରାଟ କହିଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

By

Published : May 21, 2019, 7:44 PM IST

ନୂଆଦିଲ୍ଲୀ: ବିଶ୍ବକପ ଅଭିଯାନରେ ଟିମ ଇଣ୍ଡିଆ । ମଙ୍ଗଳବାର ରାତିରେ ଦଳ କରୁଛି ଇଂଲଣ୍ଡ ଯାତ୍ରା । ଆରମ୍ଭ ମିଶନ ବିଶ୍ବକପ । କ୍ରିକେଟର ଏହି ସମ୍ମାନଜନକ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି ଦଳ । ଏନେଇ ଭାରତ ଛାଡିବା ପୂର୍ବରୁ କ୍ୟାପଟେନ କୋହଲି ଓ କୋଚ ରବି ଶାସ୍ତ୍ରୀ ପ୍ରେସ କନଫରେନ୍ସ କରିଛନ୍ତି ।

ବିଶ୍ବକପରେ ସବୁ ପ୍ରକାର ଚ୍ୟାଲେଞ୍ଜ ପାଇଁ ଟିମ ପ୍ରସ୍ତୁତ ଥିବା ବିରାଟ କହିଛନ୍ତି । ପ୍ରତି ମ୍ୟାଚକୁ ଜିତିବା ଉପରେ ହିଁ ସବୁ ଖେଳାଳି ଫୋକସ କରିବେ । ଆମ ପାଇଁ ପ୍ରତି ମ୍ୟାଚ ଫାଇନାଲ ଭଳି । ଆମର ଗୋଟିଏ ଲକ୍ଷ୍ୟ ବିଶ୍ବକପରେ ଭଲ ଖେଳିବା ।

ଏଥର ବିଶ୍ବକପ ରାଉଣ୍ଡ ରବିଲ ଫର୍ମାଟରେ ଖେଳାଯିବ । ପ୍ରତି ଟିମ ପ୍ରତ୍ୟେକଙ୍କ ବିପକ୍ଷରେ ମ୍ୟାଚ ଖେଳିବେ । ତେଣୁ ଏଥର ବିଶ୍ବକପ ଅଧିକ ରୋମାଞ୍ଚକର ହେବ କହିଛନ୍ତି ବିରାଟ । 1992 ବିଶ୍ବକପରେ ଶେଷଥର ପାଇଁ ଏହି ଫର୍ମାଟରେ ହୋଇଥିଲା । ଆମ ବୋଲରମାନେ ଭଲ ଫର୍ମରେ ଅଛନ୍ତି । ସ୍ପିନର ଚହଲ ଓ କୁଲଦିପ ଆମର ଦୁଇ ମୁଖ୍ୟ ସ୍ତମ୍ଭ । ମେ 30ରୁ ବିଶ୍ବକପ 2019 ଆରମ୍ଭ ହୋଇ 46 ଦିନ ଚାଲିବ । ଜୁଲାଇ 14ରେ ବିଶ୍ବକପର ଫାଇନାଲରେ ଖେଳିବାକୁ ଆମର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ।

ABOUT THE AUTHOR

...view details