ଲଣ୍ଡନ: ବିଶ୍ବକପ ଲଢେଇରେ ଘରୋଇ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ହେଉଛି ଟକ୍କର । ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା 9 ୱିକେଟ ହରାଇ ମାତ୍ର 232 ରନ କରିପାରିଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup) ଶ୍ରୀଲଙ୍କା ପାଇଁ ଏକାକି ଲଢିଥିଲେ ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ । 115 ବଲରେ 85 ରନର ପାଳି ଖେଳି ଶ୍ରୀଲଙ୍କାର ସ୍କୋରକୁ 200 ପାର କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିସ୍କା ଫର୍ଣ୍ଣାଣ୍ଡୋ 49 ଓ କୁସଲ ମେଣ୍ଡିସ 46 ରନର ପାଳି ଖେଳିଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup) ପ୍ରଥମରୁ ଜୋଫ୍ରା ଆର୍ଚର ଶ୍ରୀଲଙ୍କାକୁ ବ୍ୟାଟିଂ ବିପର୍ଯ୍ୟୟର ରାସ୍ତା ଦେଖାଇଥିଲେ । 10 ଓଭରର ବୋଲିଂ କରି 2ଟି ମେଡେନ ଓଭର ସହ 3ଟି ୱିକେଟ ନେଇ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିଦେଇଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup) ମାତ୍ର 3 ରନରେ 2 ଓପନରଙ୍କୁ ଇଂଲଣ୍ଡ ପେସ ବୋଲର ପାଭିଲିୟନ ପଠାଇ ଦେଇଥିଲେ । ଶ୍ରୀଲଙ୍କାର 6ଜଣ ବ୍ୟାଟ୍ସମ୍ୟାନ 2ଅଙ୍କ ଛୁଇଁ ପାରିନଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)
ମାର୍କ ଉଡ 3ଟି, ଆଦିଲ ରସିଦ 2ଟି, କ୍ରିସ ୱକ୍ସ ଗୋଟିଏ ୱିକେଟ ନେଇଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)