ସାଉଥମ୍ପଷ୍ଟନ: ବିଶ୍ବକପ ଲଢେଇରେ ଆଜି ବାଂଲାଦେଶ ଓ ଆଫଗାନିସ୍ତାନ ମୁକାବିଲା ହେଉଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 7 ୱିକେଟ ହରାଇ 262 ରନ କରିଛି । ମୁସଫିକର ରହିମ ବାଂଲାଦେଶ ପକ୍ଷରୁ ସର୍ବାଧିକ 83 ରନ କରିଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup) ଅଲରାଉଣ୍ଡର ସାକିବ-ଅଲ-ହାସନ ଆଉ ଏକ ଅର୍ଧଶତକୀୟ ଇନିଂସ ଖେଳିଥିଲେ । 69 ବଲରୁ 51 ରନର ପାଳି ଖେଲିଥିଲେ ସାକିବ । ତମିମ ଇକବାଲ 36, ମହମ୍ମୁଦୁଲ୍ଲା 27 ରନ କରିଥିଲେ । ତେବେ ମୋସଦେକ ହୁସେନ ଶେଷ ବାଗରେ 24 ବଲରେ ଦ୍ରୁତ 35 ରନ କରି ବାଂଲାଦେଶର ସ୍କୋରକୁ 250 ପାର କରାଇଥିଲେ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup) ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଆଫଗାନ କ୍ୟାପଟେନ ଗୁଲବାଦ୍ଦିନ । ମ୍ୟାଚ ସାଉଥମ୍ପଷ୍ଟନରେ ଖେଳାଯାଉଛି । ତେଣୁ ଭାରତ ବିପକ୍ଷରେ ପାଇଥିବା ବୋଲିଂ ସଫଳତାକୁ ରଣନୀତି କରିଥିଲା ଆଫଗାନିସ୍ତାନ ।
ଦଳ ପକ୍ଷରୁ ମୁଜିବ ସର୍ବାଧିକ 3ଟି, କ୍ୟାପଟେନ ଗୁଲବାଦିନ 2ଟି ୱିକେଟ ନେଇଥିଲେ ।
ନବି ଓ ଜର୍ଡାନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ଷ୍ଟାର ସ୍ପିନର ରସିଦ ଖାନ ୱିକେଟ ଶୂନ୍ୟ ରହିଥିଲେ ।