ଓଡିଶା

odisha

ETV Bharat / sports

ବିଶ୍ବକପ: ୱାର୍ଣ୍ଣରଙ୍କ ଶତକ, ବାଂଲାଦେଶକୁ 382 ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ବିଶ୍ବକପ ଲଢେଇରେ ଆଜି ଅଷ୍ଟ୍ରେଲିଆ ସହିତ ବାଂଲାଦେଶର ମୁକାବଲା ହେଉଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ବାଂଲାଦେଶ ସାମ୍ନାରେ 382 ରନର ବିଶାଳ ଟାର୍ଗେଟ ରଖିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

By

Published : Jun 20, 2019, 7:45 PM IST

Updated : Jun 20, 2019, 8:22 PM IST

ନଟିଂହାମ: ବିଶ୍ବକପ ଲଢେଇରେ ଆଜି ଅଷ୍ଟ୍ରେଲିଆ ସହିତ ବାଂଲାଦେଶର ମୁକାବଲା ହେଉଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ବାଂଲାଦେଶ ସାମ୍ନାରେ 382 ରନର ବିଶାଳ ଟାର୍ଗେଟ ରଖିଛି ।
ନଟିଂହାମର ବ୍ୟାଟିଂ ୱିକେଟରେ କଙ୍ଗାରୁ କ୍ୟାପଟେନ ଫିଞ୍ଚ ଓ ଓପନର ୱାର୍ଣ୍ଣର ଦମଦାର ଆରମ୍ଭ କରିଥିଲେ । ପ୍ରଥମ ୱିକେଟ ଯୋଡିରେ ଫିଞ୍ଚ ଓ ୱାର୍ଣ୍ଣର 121 ରନ ଯୋଡିଥିଲେ ।

51 ରନ କରି ଫିଞ୍ଚ ଆଉଟ ହୋଇଥିଲେ । ତେବେ ଅଷ୍ଟ୍ରେଲିଆ ଇନିଂସର ହିରୋ ସାଜିଥିଲେ ଡେଭିଡ ୱାର୍ଣ୍ଣର । 110 ବଲରୁ ଜବରଦସ୍ତ ଶତକ ହାସଲ କରିଥିଲେ ୱାର୍ଣ୍ଣର । ତେବେ ୱାର୍ଣ୍ଣର ଉସମାନ ଖାୱଜାଙ୍କ ସହ 191 ରନର ପାର୍ଟନରସିପ କରିଥିଲେ । ଅଷ୍ଟ୍ରେଲିଆର ସ୍କୋର 312 ଥିବାବେଳେ 147 ବଲରୁ ଧୁଆଁଧାର 166 ନ କରି ୱାର୍ଣ୍ଣର ଆଉଟ ହୋଇଥିଲେ । ୱାର୍ଣ୍ଣରଙ୍କ ପାଳିରେ 14ଟି ଚୌକା ଓ 5ଟି ଛକା ସାମିଲ ରହିଛି ।

ମାକ୍ସୱେଲ ମାତ୍ର 10 ବଲରୁ ଦ୍ରୁତ 32 ରନର ପାଳି ଖେଳି ରନଆଉଟ ହୋଇଥିଲେ । ଖାୱାଜା 72 ବଲରେ 89 ରନ କରି ଆଉଟ ହୋଇଥିଲେ ।

ତେବେ ମ୍ୟାଚର 49ତମ ମିନିଟରେ ବର୍ଷା ଯୋଗୁଁ ଖେଳକୁ କିଛି ସମୟ ପାଇଁ ବନ୍ଦ ରଖିଯାଇଥିଲା । ପରେ ପୁଣି ଖେଳ ଶେଷ ଓଭରର ଖେଳ ପୁଣି ଆରମ୍ଭ ହୋଇଥିଲା । ତେବେ ଲଞ୍ଚ ଟାଇମକୁ 40 ମିନିଟ ବଦଳରେ 30 ମିନିଟକୁ କମାଇ ଦିଆଯାଇଛି ।

Last Updated : Jun 20, 2019, 8:22 PM IST

ABOUT THE AUTHOR

...view details