ମଞ୍ଚେଷ୍ଟର: ବିଶ୍ବକପ ଲଢେଇରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବଲା ହେଉଛି । ଭାରତୀୟ ଓପନର ରୋହିତ ଶର୍ମା ଦମଦାର 140 ରନ କରି ଆଉଟ ହୋଇଛନ୍ତି । ତେବେ ଏହି ପାଳି ସହିତ ରୋହିତ ନାଁ ରେ ଯୋଡି ହୋଇଯାଇଛି ଆଉ ଏକ ନୂଆ ରେକର୍ଡ । ଦିନିକିଆରେ 125ରୁ ଅଧିକ ରନ କରିବାରେ ରୋହିତ ବନିଯାଇଛନ୍ତି ଦ୍ବିତୀୟ ସର୍ବାଧିକ ଖେଳାଳି । ଦିନିକିଆରେ 15 ଥର 125ରୁ ଅଧିକ ସ୍କୋର କରିଛନ୍ତି ରୋହିତ ।
ଦିନିକିଆରେ ରୋହିତଙ୍କ ନାଁରେ ଆଉ ଏକ ରେକର୍ଡ - HITMAN
ରୋହିତ ନାଁ ରେ ଯୋଡି ହୋଇଯାଇଛି ଆଉ ଏକ ନୂଆ ରେକର୍ଡ । ଦିନିକିଆରେ 125ରୁ ଅଧିକ ରନ କରିବାରେ ରୋହିତ ବନିଯାଇଛନ୍ତି ଦ୍ବିତୀୟ ସର୍ବାଧିକ ଖେଳାଳି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@icc)
ଏହି ତାଲିକାର ଶାର୍ଷରେ ଅଛନ୍ତି ସଚିନ ତେନ୍ଦୁଲକର । ସଚିନ 19 ଥର ଏହି କରିସ୍ମା କରିଦେଖାଇଛନ୍ତି ।
ତାଲିକାର 3ୟ ସ୍ଥାନରେ ଅଛନ୍ତି ବିରାଟ କୋହଲି । 13 ଥର 125ରୁ ଅଧିକ ସ୍କୋର କରିଛନ୍ତି କୋହଲି । ପରେ 4ର୍ଥ ସ୍ଥାନରେ ଅଛନ୍ତି କ୍ରିସ ଗେଲ । 12ଥର ଗେଲ ଏହି କମାଲ କରିଛନ୍ତି । ଗେଲଙ୍କ ପରେ ସନଥ ଜୟସୁରିୟା 10 ଥର 125ରୁ ଅଧିକ ସ୍କୋର ଅତିକ୍ରମ କରିଛନ୍ତି ।