ଓଡିଶା

odisha

ETV Bharat / sports

ବିଶ୍ବକପ୍‌: ହାଇ ମାରି ସଫେଇ ଦେଲେ ସରଫରାଜ

ଭାରତ ବିପକ୍ଷ ମ୍ୟାଚ ମଝିରେ ହାଇ ମାରିବା ପରେ ଖୁବ ସମୋଲୋଚନାର ଶିକାର ହୋଇଥିଲେ ପାକିସ୍ତାନ ଅଧିନାୟକ ସରଫରାଜ ଅହମଦ । ଏବେ ଏହା ଉପରେ ପ୍ରତିକ୍ରିୟା ରଖି ସରଫରାଜ କହିଛନ୍ତି ମୁଁ ହାଇ ମାରି କିଛି ପାପ କରିନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @TheTulunadtroll

By

Published : Jun 24, 2019, 7:21 PM IST

ଲଣ୍ଡନ: ଚଳିତ ବିଶ୍ବକପରେ ସବୁଠାରୁ ଚର୍ଚ୍ଚାରେ ଯଦି କୌଣସି ମ୍ୟାଚ ଥାଏ, ତାହା ବୋଧ ହୁଏ ଭାରତ ବନାମ ପାକିସ୍ତାନ ମ୍ୟାଚ । ଏହି ମ୍ୟାଚରେ ପାକିସ୍ତାନ ହାରିବା ପରେ ଅଧିନାୟକଙ୍କ ଠାରୁ ଆରମ୍ଭ କରି ଖେଳାଳି ପର୍ଯ୍ୟନ୍ତ ସଭିଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଅଧିନାୟକ ସରଫରାଜଙ୍କୁ ତାଙ୍କ ଫିଟନେସ ଓ ପଡିଆ ମଝିରେ ହାଇ ମାରିବା ନେଇ ଖୁବ କଡାକଥା କହିଥିଲେ ଫ୍ୟାନ୍ସ ଓ ପୂର୍ବତନ ଖେଳାଳି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପାକ ଅଧିନାୟକ ସରଫରାଜ ଅହମଦ । ସରଫରାଜ କହିଛନ୍ତି ପଡିଆରେ ହାଇ ମାରି କିଛି ପାପ କରିନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର @MusswairA

ଏକ ସମ୍ବାଦିକ ସମ୍ମିଳନୀରେ ସରଫରାଜ କହିଛନ୍ତି ଯେ, ‘‘ହାଇ ମାରି ମୁଁ କୌଣସି ପାପ କରିନାହିଁ । ଏହା ଏକ ସ୍ବାଭାବିକ କଥା ଆଉ ମ୍ୟାଚ ବନ୍ଦ ହେବା ବେଳେ ମୁଁ ହାଇ ମାରିଥିଲି । ହାଇ ମାରିଛି କୌଣସି ଅପରାଧ ତ କରି ଦେଇନି ଏଥିରେ । ଆଉ ଏଥିରେ ଯଦି କିଛି ଲୋକ ଭିଡିଓ କରି ଟଙ୍କା ଆୟ କରିଛନ୍ତି ତାହେଲେ ଭଲ କଥା, ମୋ ପାଇଁ କାହାର ଲାଭ ହୋଇ ପାରିଛି ।’’ ଏହା ସହ ସରଫରାଜ କହିଛନ୍ତି ‘‘ଆମକୁ କ୍ରିକେଟ ନେଇ ସମାଲୋଚନା କରନ୍ତୁ, କିନ୍ତୁ ଗାଳି ଦେବା ଖରାପ କଥା କହିବା ଠିକ ନୁହେଁ । ମୁଁ ପାକିସ୍ତାନ ଫ୍ୟାନ୍ସଙ୍କୁ କହୁଛି ଯେ ଖେଳରେ ହାର ଜିତ ତ ଲାଗି ରହିଥାଏ ତେବେ ଏନେଇ ଆମକୁ ଗାଳି ଦେବା କଣ ଠିକ । ଆମେ ଏଥିରେ ଖୁବ ଆଘାତ ପାଉ, ଆମେ ଦେଶ ପାଇଁ ଖେଳୁଛୁ ତେଣୁ ଆପଣ ମାନେ ମଧ୍ୟ ତାହା ବୁଝିବାକୁ ଚେଷ୍ଟା କରନ୍ତୁ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@Saj_PakPassion

ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଜିତିବା ପରେ ପାକ ଫ୍ୟାନ୍ସଙ୍କ ରାଗ କମିଛି । ସରଫରାଜଙ୍କୁ ଫ୍ୟାନ୍ସ କ୍ଷମା ମାଗିଥିବାର ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details