ଓଡିଶା

odisha

ETV Bharat / sports

ବିଶ୍ବକପ: ହିଟ ମ୍ୟାନଙ୍କ ଆଉଟରେ ନାଖୁସ ପତ୍ନୀ

ପୁଣି ବିଶ୍ବକପରେ ଦେଖିବାକୁ ମିଳିଲା ଥାର୍ଡ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି । ରୋହିତ ଶର୍ମାଙ୍କୁ ଫିଲ୍ଡ ଅମ୍ପାୟାର ନଟ ଆଉଟ ଦେଇଥିବା ବେଳେ DRS ନେଇଥିଲା ୱେଷ୍ଟଇଣ୍ଡିଜ । ରିଭ୍ୟୁ ନେବାପରେ ଥାର୍ଡ ଅମ୍ପାୟାର ରୋହିତଙ୍କୁ ଆଉଟ ଘୋଷଣା କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି ।

By

Published : Jun 27, 2019, 8:51 PM IST

ଡିଜାଇନ ଫଟୋ

ମାଞ୍ଚେଷ୍ଟର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଆଇସିସି କ୍ରିକେଟ ବିଶ୍ବକପ ମ୍ୟାଚରେ ଆଜି(ଗୁରୁବାର) ଏମିତି ଏକ ମୂହୁର୍ତ୍ତ ଆସିଥିଲା ଯାହା ସଭିଙ୍କୁ କରିଦେଇଥିଲା ଆଶ୍ଚର୍ଯ୍ୟ । ଭାରତର ପାଳି ସମୟରେ ଷଷ୍ଠ ଓଭରର ଶେଷ ବଲରେ ରୋହିତ ଶର୍ମାଙ୍କୁ ଆଉଟ ଦେଇଥିଲେ ଥାର୍ଡ ଅମ୍ପାୟାର । ଯାହା ପରେ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଫ୍ୟାନ୍ସ ଓ ରୋହିତଙ୍କ ପତ୍ନୀ ରୀତିକା ବେଶ ନିରାଶ ଦଖାଯାଇଥିଲେ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@IamRs45Fc

ଷଷ୍ଠ ଓଭରରେ ୱେଷ୍ଟଇଣ୍ଡିଜ ବୋଲର କେମର ରୋଚ ବୋଲିଂ ପାଇଁ ଆସିଥିଲେ । ରୋଚଙ୍କ ଏହି ଓଭରର ଶେଷ ବଲରେ ରୋହିତ ବ୍ୟାଟର ଭିତର ପଟୁ ଗଳି ବଲ ଯାଇ ୱିକେଟ କିପରଙ୍କ ଗ୍ଲୋଭରେ ରହିଥିଲା । କିନ୍ତୁ ମଇଦାନରେ ଥିବା ଅମ୍ପାୟାର ରିଚାର୍ଡ ଇଲିଂଗବର୍ଥ ରୋହିତଙ୍କୁ ନଟଆଉଟ ଦେଇଥିଲେ । ଏହାପରେ ୱେଷ୍ଟଇଣ୍ଡିଜ DRS ନେଇଥିଲା ଯେଉଁଥିରେ ଦେଖାଯାଇଥିଲା ଯେ ରୋହିତଙ୍କ ପ୍ୟାଡ ଓ ବ୍ୟାଟର ବହୁ ନିକଟ ଦେଇ ଗତି କରିଥିଲା ବଲ । କିନ୍ତୁ ତାହା ପ୍ୟାଡରେ କିମ୍ବା ବ୍ୟାଟରେ ଲାଗିଛି ସ୍ପଷ୍ଟ ହୋଇନିଥିଲେ ମଧ୍ୟ ଥାର୍ଡ ଅମ୍ପାୟାର ଏହାକୁ ଆଉଟ ବୋଲି ଘୋଷଣା କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@raviSKumar26
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@Shashank654

ରୋହିତଙ୍କ ଆଉଟ ହେବା ପରେ ଷ୍ଟାଡିୟମରେ ଥିବା ଦର୍ଶକ ବେଶ ନିରାଶ ହୋଇଥିଲେ । ଏହାସହ ରୋହିତଙ୍କ ପତ୍ନୀ ମଧ୍ୟ ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଥିଲେ । ରୋହିତ ମାତ୍ର 18 ରନ କରି ପାଭିଲିୟନ ଫେରି ଯାଇଥିଲେ । ସେପଟେ ଏହି ଘଟଣା ପରେ ଥାର୍ଡ ଅମ୍ପାୟାର ମାଇକେଲ ଗଫଙ୍କ ଏହି ନିଷ୍ପତ୍ତିକୁ ନେଇ ଟ୍ୱିଟରରେ ଫ୍ୟାନ୍ସ କରିଥିଲେ ମେମ୍‌ସର ବନ୍ୟା । ଅମ୍ପାୟାରଙ୍କ ଏହି ନିଷ୍ପତ୍ତିକୁ ଭୁଲ ବୋଲି ଦର୍ଶାଇଛନ୍ତି ଫ୍ୟାନ୍ସ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@sachin_chinna

ଚଳିତ ବିଶ୍ବକପରେ ଆଗରୁ ମଧ୍ୟ ଥାର୍ଡ ଅମ୍ପାୟାର ଭୁଲ ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଥିଲା । ଯାହାପରେ ବିଶ୍ବକପ ଭଳି ମ୍ୟାଚରେ ଏପରି ଭୁଲ ନିଷ୍ପତ୍ତିକୁ ନେଇ ଉଠିଥିଲା ପ୍ରଶ୍ନବାଚୀ ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

ABOUT THE AUTHOR

...view details