ଓଡିଶା

odisha

ETV Bharat / sports

ଧୋନିଙ୍କ ପାଇଁ ପ୍ରାର୍ଥନା କଲେ ମା ଦେବକୀ, କହିଲେ ପୁଅ ଆଣିବ ବିଶ୍ବକପ୍‌ - worldcup

ବିଶ୍ବକପ୍‌ରେ ଭାରତର ଜିତ ପାଇଁ ସାରା ଦେଶ ପ୍ରାର୍ଥନା କରୁଥିବା ବେଳେ, ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ମା ଦେବକୀ ରାଞ୍ଚୀର ପ୍ରସିଦ୍ଧ ଦେଓରୀ ମାଆଙ୍କ ପୀଠରେ ଯାଇ ପୁଅ ତଥା ଭାରତୀୟ ଟିମର ଜିତ ପାଇଁ ପୂଜାର୍ଚ୍ଚନା କରିଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଇନଷ୍ଟାଗ୍ରାମ@msdhoniofficial

By

Published : Jun 1, 2019, 11:27 PM IST

ରାଞ୍ଚୀ: ଜୁନ 5 ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଆରମ୍ଭ କରିବ ତାର ବିଶ୍ବକପ ଅଭିଯାନ । ଅଭ୍ୟାସ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ ପରେ ବିଶ୍ବକପ୍‌ରେ ଜିତ ପାଇଁ ମାହି କରୁଛନ୍ତି ଜୋରଦାର ପ୍ରାକ୍ଟିସ । ଏପଟେ ମା ଦେବକୀ ମଧ୍ୟ ପୁଅ ପାଇଁ ମନ୍ଦିରରେ କରୁଛନ୍ତି ପ୍ରାର୍ଥନା ।

ଧୋନିଙ୍କ ମାଁ ରାଞ୍ଚୀ ସ୍ଥିତ ଦିଉଡି ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିଛନ୍ତି ଓ ବିଶ୍ବକପ୍‌ରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି । ଏହାସହ ସେ କହିଛନ୍ତି ଯେ ପୁଅ ମାହି ନିଶ୍ଚିତ ବିଶ୍ବକପ ଜିତିବ। ଦେବକୀଙ୍କ ସହ ସାକ୍ଷୀ ଧୋନିଙ୍କ ମା ମଧ୍ୟ ପୂଜାର୍ଚ୍ଚନା କରିବା ପାଇଁ ଯାଇଥିଲେ ।

ଏହା ହେଉଛି ସେଇ ମନ୍ଦିର ଯେଉଁଠି 2011 ବିଶ୍ବକପ ପୂର୍ବରୁ ଧୋନି ପୂଜାର୍ଚ୍ଚନା କରି ବିଶ୍ବକପ୍‌ରେ ବିଜୟ ପାଇଁ କାମନା କରିଥିଲେ । ଏହାପରେ ଟିମ 2011 ବିଶ୍ବକପ୍‌ରେ ବିଜୟୀ ହୋଇଥିଲା ।

ABOUT THE AUTHOR

...view details