ଓଡିଶା

odisha

ETV Bharat / sports

‘ଆତ୍ମ ବିଶ୍ବାସ ଦିଅନ୍ତି କୋହଲି, ଧୋନି ଦିଅନ୍ତି ବୋଲିଂ ସ୍ବାଧୀନତା’

‘‘ମୁଁ ଯେତେବେଳେ ବୋଲିଂ କରେ, ମୋତେ ଫିଲ୍ଡ ସେଟ କରିବାକୁ ଖୁବ କଷ୍ଟ ହୁଏ । ମୁଁ ମାହୀ ଭାଇଙ୍କ ଆଡକୁ ଦେଖିଲେ ସେ ବୁଝି ଯାଆନ୍ତି ଓ ତତ୍‌କ୍ଷଣାତ ମୋତେ ସାହାଯ୍ୟ କରନ୍ତି । କେବଳ ମୋତେ ନୁହେଁ ସବୁ ବୋଲରଙ୍କୁ ସେ ସାହାଯ୍ୟ କରନ୍ତି ।’’

By

Published : May 27, 2019, 10:27 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଇପିଏଲରେ ହୁଏତ ସେ ସେତେଟା କମାଲ କରି ନଥାଇ ପାରନ୍ତି, କିନ୍ତୁ ଭାରତର ଚାଇନା ମ୍ୟାନ ବୋଲର କୁଲଦୀପ ଯାଦବ ତାଙ୍କ ଆକ୍ରାମକ ସ୍ପିନ ପାର୍ଟନର ୟୁଜବେନ୍ଦ୍ର ଚହଲଙ୍କ ସହ ମିଶି ସେ କ୍ୟାପ୍ଟେନ କୋହଲି ଓ ବିଶ୍ବକପ ପାଇଁ ନିଶ୍ଚିତ ଭଲ ପ୍ରଦର୍ଶନ କରିବେ ବୋଲି ଆତ୍ମବିଶ୍ୱାସ ଦେଖାଇଛନ୍ତି । ଭାରତ ତାର ବିଶ୍ବକପ ଅଭିଯାନ ଜୁନ 5 ତାରିଖରେ ସାଉଥମ୍ପଟନର ଦ ରୋଜ ବୋଲ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆରମ୍ଭ କରିବ ।

‘‘ଆମେ(ଚହଲ ଓ ମୁଁ) ସବୁବେଳେ ପରସ୍ପର ପାଇଁ ପଡିଆରେ ଥାଉ । ଆମ ମଧ୍ୟରେ ପଡିଆ ଉପରେ ଓ ପଡିଆ ବାହାରେ ମଧ୍ୟ ଖୁବ ଭଲ ସମ୍ପର୍କ ରହିଛି । ଦିନିକିଆରେ ମିଡିଲ ଓଭର ଗୁଡିକ ଖୁବ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ତେଣୁ ଆମେ ମିଡିଲ ଓଭରରେ ଭଲ ବୋଲିଂ କରି ୱିକେଟ ହାତେଇବା ସବୁ ବିପକ୍ଷ ଦଳର ରନ ଉପରେ ରୋକ ଲଗାଇବାକୁ ଚେଷ୍ଟା କରିବୁ । ଆମେ ଆଜି ପର୍ଯ୍ୟନ୍ତ ତାହା କରିଆସିଛୁ ଏବଂ ବିଶ୍ବକପରେ ମଧ୍ୟ ତାହା ହିଁ କରିବୁ ।’’ ବୋଲି କହିଛନ୍ତି କୁଲଦୀପ ।

2016-17ରେ ଉଭୟ କୁଲଦୀପ ଓ ଚହଲଙ୍କ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ ପରେ, ଦୁଇ ରିଷ୍ଟ ସ୍ପିନର ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଆସିଛନ୍ତି । କୁଲଦୀପ 44ଟି ଦିନିକିଆରେ 87ଟି ୱିକେଟ ନେଇଥିବାବେଳେ ଚହଲ 41ଟି ଦିନିକିଆରେ 72ଟି ୱିକେଟ ନେଇଛନ୍ତି । 2019 ବିଶ୍ବକପ ଉଭୟଙ୍କ ପ୍ରଥମ ବିଶ୍ବକପ ହେବ ।

କୁଲଦୀପ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଚହଲ ଓ ମୁଁ ବେଳେବେଳେ ସଫଳତା ପାଇ ପାରୁନା, କିନ୍ତୁ ଆମେ ସେଥିରୁ ଅନେକ କିଛି ଶିଖୁ ଓ ଆଗକୁ ବଢୁ । ମୋର ବିଶ୍ବାସ ଆମେ ଦୁହେଁ ମିଶି ବିଶ୍ବକପ୍‌ରେ ମଧ୍ୟ ଦଳ ପାଇଁ ଭଲ ପ୍ରଦର୍ଶନ କରିବୁ ।’’

ବିଶ୍ବକପ ଜିତିବା ନେଇ କୁଲଦୀପ କହିଛନ୍ତି ଯେ, ‘‘ କୋହଲିଙ୍କ ଅଧିନାୟକତ୍ବରେ ଭାରତ ଯେଉଁଭଳି ପ୍ରଦର୍ଶନ କରୁଛି, ଆମେ ନିଶ୍ଚିତ ଏହି ବିଶ୍ବକପ ଜିତିବୁ ।

ଯେତେବେଳେ କୁଲଦୀପଙ୍କୁ 2011 ବିଶ୍ବକପ ବିଜୟୀ କ୍ୟାପ୍ଟେନ ଧୋନିଙ୍କ ବିଷୟରେ ପଚରା ଗଲା ସେ ହସିଦେଇ କହିଥିଲେ, ‘‘ମାହି ଭାଇ ଜଣେ ଟିମ ମ୍ୟାନ’’ । ମୁଁ କହିବି ଯେତେବେଳେ କୌଣସି ଦ୍ୱନ୍ଦ ଥାଏ, ଧୋନିଙ୍କ ପାଖକୁ ଯାଉ । ତାଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଥାଏ । ସମସ୍ତେ ତାଙ୍କ ପାଖକୁ ହିଁ ଯାଆନ୍ତି ।’’

ଅନେକ ସମୟରେ ଧୋନିଙ୍କୁ ୱିକେଟ ପଛରେ ଛିଡା ହୋଇ ବୋଲରଙ୍କୁ କେଉଁଠି ବଲ ପକାଇବାକୁ ହେବ, କେମିତି ବୋଲିଂ କଲେ ସଫଳତା ମିଳିବ ତାହା କହୁଥିବାର ଦେଖିବାକୁ ମିଳେ । ଧୋନିଙ୍କ ଉପଦେଶ କୁଲଦୀପଙ୍କ କ୍ରିକେଟ କ୍ୟାରିୟରକୁ ଏକ ନୂତନ ଦିଗ ଦେଖାଇଛି ।

‘‘ମୁଁ ଯେତେବେଳେ ବୋଲିଂ କରେ, ମୋତେ ଫିଲ୍ଡ ସେଟ କରିବାକୁ ଖୁବ କଷ୍ଟ ହୁଏ । ମୁଁ ମାହୀ ଭାଇଙ୍କ ଆଡକୁ ଦେଖିଲେ ସେ ବୁଝି ଯାଆନ୍ତି ଓ ତତ୍‌କ୍ଷଣାତ ମୋତେ ସାହାଯ୍ୟ କରନ୍ତି । କେବଳ ମୋତେ ନୁହେଁ ସବୁ ବୋଲରଙ୍କୁ ସେ ସାହାଯ୍ୟ କରନ୍ତି ।’’

ଶେଷରେ କୁଲଦୀପ କହିଥିଲେ, ‘‘ଧୋନି ଓ କୋହଲି ଆମ ଟିମର ମେରୁଦଣ୍ଡ । ଧୋନି ଆମକୁ ସ୍ବାଧୀନତା ଦିଅନ୍ତି ଓ କୋହଲି ଆମକୁ ଆତ୍ମବିଶ୍ବାସ ଦିଅନ୍ତି ।

ABOUT THE AUTHOR

...view details