ଓଡିଶା

odisha

ETV Bharat / sports

ବିଶ୍ବକପ: ଶ୍ରୀଲଙ୍କାର ଖରାପ ପ୍ରଦର୍ଶନ ପାଇଁ 'ଆଇପିଏଲ' ଦାୟୀ ! - SCB

ଚଳିତ ବିଶ୍ବକପରେ ଶୀଲଙ୍କାର ନୈରାଶଜନକ ପ୍ରଦର୍ଶନ ପାଇଁ ନିଜର ବୋର୍ଡ ଓ ମ୍ୟାନେଜମେଣ୍ଟକୁ ଦାୟୀ କରିଛନ୍ତି କ୍ୟାପଟେନ ଦିମୁଥ କରୁଣାରତ୍ନେ । ଏହାସହ ଭାରତରେ ଆଇପିଏଲ ହେଉଛି ସେଥିପାଇଁ ଭାରତୀୟ ଖେଳାଳି ଭଲ ଖେଳୁଛନ୍ତି ବୋଲି ପରୋକ୍ଷରେ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@cricketworldcup)

By

Published : Jul 5, 2019, 10:31 PM IST

ଲଣ୍ଡନ: ଭାରତ ବିପକ୍ଷରେ ଶ୍ରୀଲଙ୍କା ଶେଷ ଲିଗ ମ୍ୟାଚ ଖେଳିବ । ତେବେ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ, ଟିମ ମ୍ୟାନେଜମେଣ୍ଟକୁ ଦାୟୀ କରିଛନ୍ତି କ୍ୟାପଟେନ କରୁଣାରତ୍ନେ ।
ଶ୍ରୀଲଙ୍କା ଚଳିତ ବିଶ୍ବକପରେ ଅତ୍ୟନ୍ତ ନୈରାଶାଜନକ ପ୍ରଦର୍ଶନ କରିଛି । 8ଟି ମ୍ୟାଚରୁ 5ଟିରେ ପରାଜିତ ହୋଇ ସେମିଫାଇନାଲରୁ ବାଦ ପଡିସାରିଛି ଶ୍ରୀଲଙ୍କା ।

ତେବେ ଦଳର ଖରାପ ପ୍ରଦର୍ଶନ ପାଇଁ କରୁଣାରତ୍ନେ ନିଜର ବୋର୍ଡ ଓ ମ୍ୟାନେଜମେଣ୍ଟକୁ ଦାୟୀ କରିଛନ୍ତି । କରୁଣାରତ୍ନେ କହିଛନ୍ତି ଅଧିକ ଘରୋଇ ଶୃଙ୍ଖଳା ଖେଳିବାକୁ ଖେଳାଳିଙ୍କୁ ସୁଯୋଗ ମିଳୁନାହିଁ । ଏହାସହ ସୀମିତ ଓଭର କ୍ରିକେଟର ବଡ ଟୁର୍ଣ୍ଣାମେଣ୍ଟ ବିଦେଶରେ ଖେଳାଳିମାନେ ଭାଗନେବାର ସୁଯୋଗ ପାଉନାହାଁନ୍ତି । ଫଳରେ ଅଧିକ ଅଭିଜ୍ଞତା ହାସଲ କରିବାକୁ ଶ୍ରୀଲଙ୍କା ଖେଳାଳି ବଞ୍ଚିତ ହେଉଛନ୍ତି ।

କରୁଣାରତ୍ନେ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ଆଇପିଏଲ ହେଉଛି । ଓ\ ଘରୋଇ ସିଜିନ ମଧ୍ୟ ବର୍ଷ ତମାମ ଖେଳାଯାଉଛି । ଲସିଥ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସ, ଦିନେଶ ଚନ୍ଦିମାଲ ଓ ଥିସାରା ପରେରା ଶ୍ରୀଲଙ୍କାର କ୍ୟାପଟେନ ରହିସାରିଛନ୍ତି । କାରଣ ସେମାନେ ଆଇପିଏଲରେ ଖେଳିଛନ୍ତି ।

For All Latest Updates

ABOUT THE AUTHOR

...view details