ହାଇଦ୍ରାବାଦ: ଅନ୍ତଜାର୍ତୀୟ କ୍ରିକେଟ ପରିଷଦ(ଆଇସିସି) ନିୟମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସ୍ଲୋ ଓଭର-ରେଟ ପାଇଁ ବାସନ୍ଦ ହେବେନି ଅନ୍ତଜାର୍ତୀୟ କ୍ରିକେଟ କ୍ୟାପଟେନ । ପୂର୍ବରୁ ଏପରି ତ୍ରୁଟି ପାଇଁ କେବଳ କ୍ୟାପଟେନ ଦଣିତ ହେଉଥିଲେ ।
ବଦଳିଲା ଆଇସିସି ନିୟମ: ସ୍ଲୋ ଓଭର-ରେଟ ପାଇଁ ବାସନ୍ଦ ହେବେନି କ୍ୟାପଟେନ - ବଦଳିଲା ଆଇସିସି ନୀୟମ
ଅନ୍ତଜାର୍ତୀୟ କ୍ରିକେଟ ପରିଷଦ(ଆଇସିସି ) ନିୟମରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସ୍ଲୋ ଓଭର-ରେଟ ପାଇଁ ବାସନ୍ଦ କେବଳ କ୍ୟାପଟେନ ଦଣ୍ଡିତ ହେବେନି । ବରଂ ପୁରା ଟିମ ଦଣ୍ଡିତ ହେବ ।
ଡିଜାଇନ ଫଟୋ
ତେବେ ଆଇିସିସି ଉକ୍ତ ଦଳର ସମସ୍ତ ଖେଳାଳିଙ୍କୁ ଦଣ୍ଡିତ କରିବ । ଏମିତିକି ଦଳକୁ ଏକ ଡକ ପଏଣ୍ଟ ମଧ୍ୟ ପ୍ରଦାନ କରିବ । ଏହି ନୂଆ ନିୟମ ଆଗାମୀ ଟେଷ୍ଟ ଚମ୍ପିଆନସିପରେ ଲାଗୁ ହେବ ।
ନିୟମରେ ସାମାନ୍ୟ ପରିବର୍ତ୍ତନ ପାଇଁ ଆଇସିସି ପକ୍ଷରୁ ବୋର୍ଡଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହି ନିଷ୍ପତ୍ତିକୁ ସମସ୍ତ ବୋର୍ଡ ସହମତି ଜଣାଇଛନ୍ତି । ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ବୋଲିଂ ଦଳକୁ ଧାର୍ଯ୍ଯ ଓଭର ବୋଲିଂ କରିବାକୁ ହେବ । ଅଧିକ ସମୟ ନେଲେ ଏହାକୁ ଏହି ନିୟମର ଉଲ୍ଲଂଘନ ବୋଲି ଧରାଯିବ ।