ହାଇଦ୍ରାବାଦ: ଟିମ ଇଣ୍ଡିଆକୁ ମିଳିଛି ନୂଆ ସ୍ପନସର । ଏବେ ଅନଲାଇନ ଲର୍ଣ୍ଣିଙ୍ଗ ଆପ Byju's କୁ ଦେଖିବାକୁ ମିଳିବ ଟିମ ଇଣ୍ଡିଆର ଜର୍ସିରେ । ଚାଇନିଜ ମୋବାଇଲ କମ୍ପାନୀ Oppoକୁ ହଟାଇ ସ୍ଥାନ ନେବ Byju's ।
Oppo ବଦଳରେ ଟିମ ଇଣ୍ଡିଆ ଜର୍ସିରେ Byju's ! - Team India new sponsor
ଟିମ ଇଣ୍ଡିଆକୁ ମିଳିଛି ନୂଆ ସ୍ପନସର । ୱେଷ୍ଟଇଣ୍ଡିଜ ଗସ୍ତ ପରେ ଟିମ ଇଣ୍ଡିଆ ଜର୍ସିରେ Oppo ବଦଳରେ Byju's ନଜର ଆସିବ ।
![Oppo ବଦଳରେ ଟିମ ଇଣ୍ଡିଆ ଜର୍ସିରେ Byju's !](https://etvbharatimages.akamaized.net/etvbharat/prod-images/768-512-3939461-thumbnail-3x2-wc.jpeg)
ମାର୍ଚ୍ଚ 2017ରୁ 5ବର୍ଷ ପାଇଁ Oppo ଟିମ ଇଣ୍ଡିଆର ସ୍ପନସର ରହିଥିଲା । ତେବେ ସମୟ ଅବଧି ପୂରଣ ପୂର୍ବରୁ ସ୍ପନସରସିପରୁ ହଟିଯାଇଛି Oppo । 1,078 କୋଟି ବିନିମୟରେ 5ବର୍ଷ ପାଇଁ ସ୍ପନସର ରହିବାକୁ ବିସିସିଆଇ ପକ୍ଷରୁ ଅନୁମତି ପାଇଥିଲା Oppo । ତେବ କ୍ଷତି ସହୁଥିବାର ଦର୍ଶାଇ ବେଙ୍ଗାଲୁରୁର ଏଜୁକେସନ ଟେକ୍ନୋଲୋଜି ଫାର୍ମ(Byju's)କୁ ସ୍ପନରସିପ ଦେବାକୁ ବାଧ୍ୟ ହୋଇଛି Oppo ।
ତେବେ ଭାରତୀୟ ଦଳ ଅଗଷ୍ଟ 3ରୁ ସେପ୍ଟେମ୍ବର 3 ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ଗସ୍ତରେ ରହିବ । ଏହି ଶୃଙ୍ଖଳା ପରେ ଟିମ ଇଣ୍ଡିଆର ଜର୍ସିରେ Byju's ସ୍ଥାନ ପାଇବ । ଘରୋଇ ସିଜିନ ଆରମ୍ଭରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳର ଜର୍ସିରେ Byju's ନଜର ଆସିବ ।