ମଞ୍ଚେଷ୍ଟର: ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଚାଲିଥିବାବେଳେ ଟିମ୍ ଇଣ୍ଡଆକୁ ବଡ ଝଟକା ଲାଗିଛି । ଦଳର ଷ୍ଟାର ବୋଲର ଭୁବନେଶ୍ବର କୁମାର ଆହତ ହୋଇଛନ୍ତି । ଭୁବନେଶ୍ବର ବୋଲିଂ ବେଳେ ବାମ ଗୋଡର ମାଂସପେଶୀ ଟାଣି ହୋଇଯାଇଥିଲା ।
ଭାରତକୁ ବଡ ଝଟକା, ପାକିସ୍ତାନ ମ୍ୟାଚ ଅଧାରୁ ଭୁବନେଶ୍ବର ଆହତ - hamstring
ବୋଲିଂ ବେଳେ ଭୁବନେଶ୍ବର କୁମାରଙ୍କ ବାମ ଗୋଡର ମାଂସପେଶୀ ଟାଣି ହୋଇଯିବାରୁ ଅଧାରୁ ପଡିଆ ଛାଡିଛନ୍ତି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@CWC19)
ପରେ କୁମାର ଅଧାରୁ ପଡିଆ ଛାଡିଛନ୍ତି । ମ୍ୟାଚରେ ଭୁବନେଶ୍ବର ପୁଣି ସୁସ୍ଥ ହୋଇ ବୋଲିଂ କରିବା ସମ୍ଭାବନା କ୍ଷୀଣ । ଭୁବି 2.4 ଓଭର ବୋଲି କରି 8ରନ ବ୍ୟୟ କରିଥିଲେ । ତେବେ ଭୁବନେଶ୍ବର କୁମାର ପଡିଆ ଛାଡିବା ପରେ ଭାରତର ବୋଲିଂ ଚିନ୍ତା ବଢିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ