ଓଡିଶା

odisha

ETV Bharat / sports

ବୋର୍ଡର ବିନା ଅନୁମତିରେ ଖେଳାଳିଙ୍କ ଡୋପ ଟେଷ୍ଟ ହେବନି: ବିସିସିଆଇ - ଭାରତୀୟ କ୍ରିକେଟ ବୋର୍ଡ ହୋଇଥିବା ଚୁକ୍ତିରେ କିଛି ପରିବର୍ତ୍ତନ ପାଇଁ ଅପିଲ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିିଆଇ) ବୋର୍ଡର ଅନୁମତି ନେବା ପରେ ହିଁ ଖେଳାଳିଙ୍କ ଡୋପ ଟେଷ୍ଟ ହୋଇପାରିବ ବୋଲି ସର୍ତ୍ତ ରଖିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@BCCI)

By

Published : Jul 21, 2019, 1:45 PM IST

ନୂଆଦିଲ୍ଲୀ: ଆଇିସିସି ଜାତୀୟ ଆଣ୍ଟି-ଡୋପିଙ୍ଗ ଏଜେନ୍ସି(NADA)ର ଅନ୍ତର୍ଭୁକ୍ତ ହେବା ନେଇ ବିସିସିଆଇକୁ ମନାଇଥିଲା । କିନ୍ତୁ ଭାରତୀୟ କ୍ରିକେଟ ବୋର୍ଡ ହୋଇଥିବା ଚୁକ୍ତିରେ କିଛି ପରିବର୍ତ୍ତନ ପାଇଁ ଅପିଲ କରିଛି । ବୋର୍ଡର ଅନୁମତି ନେବା ପରେ ହିଁ ଖେଳାଳିଙ୍କ ଡୋପ ଟେଷ୍ଟ ହୋଇପାରିବ ବୋଲି ବିସିସିଆଇ ସର୍ତ୍ତ ରଖିଛି ।

ବିସିସିଆଇ ପ୍ରଥମେ 6 ମାସ ପାଇଁ ଅଭ୍ୟାସମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହେଁ । ବିସିସିଆଇ ପକ୍ଷରୁ ନିଯୁକ୍ତ ସ୍ବତନ୍ତ୍ର ଡୋପିଙ୍ଗ କଣ୍ଟ୍ରୋଲ ଅଫିସର ଓ ଚେୟାରମ୍ୟାନ ନମୁନା ସଂଗ୍ରହ କରିବେ । ତେବେ କେଉଁ ମ୍ୟାଚ ପୂର୍ବରୁ ଡୋପ ଟେଷ୍ଟ କରାଯିବ, ତାହା ବିସିସିଆଇର ଅଧିକାରୀ ସ୍ଥିର କରିବେ । ପରୀକ୍ଷା ସମୟରେ ବିସିସିଆଇର ଆଣ୍ଟି-ଡୋପିଙ୍ଗ ମ୍ୟାନେଜର ଉପସ୍ଥିତ ରହିବେ ।

ତେବେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରୁ ସେପ୍ଟେମ୍ବରରେ ଫେରିବ । ପରେ ଭାରତୀୟ ଦଳର ଘରୋଇ ସିଜିନ ଆରମ୍ଭ ହେବ । ତେଣୁ ଘରୋଇ ସିଜିନ ଆରମ୍ଭରେ ଅକ୍ଟୋବର ମାସରେ, ଡୋପ ଟେଷ୍ଟ କରିବା ପାଇଁ ଯୋଜନା କରିପାରେ ବିସିସିଆଇ ।

For All Latest Updates

ABOUT THE AUTHOR

...view details