ହାଇଦ୍ରାବାଦ: ବାଂଲାଦେଶର ନୂଆ ବୋଲିଂ କୋଚ ହୋଇଛନ୍ତି ଡାନିଏଲ ଭିଟୋରୀ । ନ୍ୟୁଜିଲାଣ୍ଡର ଏହି କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ କ୍ୟାପଟେନଙ୍କୁ ବାଂଲାଦେଶ କ୍ରିକେଟ ବୋର୍ଡ ବୋଲିଂ କୋଚ ଭାବେ ନିଯୁକ୍ତ କରିଛି ।
ବାଂଲାଦେଶ ଟିମର ସ୍ପିନ ବୋଲିଂକୁ ଶକ୍ତିଶାଳୀ କରିବାକୁ ଭିଟୋରିଙ୍କୁ ଚୟନ କରିଛି ବିସିବି । ଭିଟୋରି ପୂର୍ବରୁ ଥିବା ସୁନିଲ ଜୋଷୀଙ୍କ ସ୍ଥାନ ନେଇଛନ୍ତି । ଅନ୍ୟପଟେ ପେସ ବୋଲିଂ ଦାୟିତ୍ବ ସମ୍ଭାଳିବାକୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର ପେସର ଚାର୍ଲ ଲାଙ୍ଗ୍ଭେଲଡେଟ ନିଯୁକ୍ତ ହୋଇଛନ୍ତି । ଲାଙ୍ଗ୍ଭେଲଡେଟ ପୂର୍ବରୁ ଦାୟିତ୍ବରେ ଥିବା କର୍ଟନି ୱାଲ୍ସଙ୍କ ସ୍ଥାନ ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବାଂଲାଦେଶ କ୍ରିକେଟ ବୋର୍ଡର ସଭାପତି ନାଜୁଲମ ହସନ ।