ଓଡିଶା

odisha

ETV Bharat / sports

ବିଶ୍ବକପ୍‌ 2019 : ଟିମ୍‌ ପ୍ରଦର୍ଶନରେ ଅଫଗାନ ଅଧିନାୟକ ନାଖୁସ୍‌ - ବିଶ୍ବକପ୍‌

ପ୍ରଥମ ମ୍ୟାଚ୍‌ରେ ପରାଜୟ ହାସଲ ପରେ ଆଫଗାନିସ୍ତାନ ଟିମ୍‌ର ଅଧିନାୟକ ଦଳର ପ୍ରଦର୍ଶନରେ ନିରାଶ ହୋଇଛନ୍ତି । ଚାମ୍ପିଆନ୍‌ ବିପକ୍ଷରେ ଯେପରି ପ୍ରଦର୍ଶନ କରିବା କଥା ସେପରି ଟିମ୍‌ ମ୍ୟାଚ୍‌ ଅରମ୍ଭରୁ ପ୍ରଦର୍ଶନ କରି ନଥିବା ସେ କହିଛନ୍ତି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ

By

Published : Jun 2, 2019, 9:16 PM IST

ଲଣ୍ଡନ: ଆଇସିସି ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟରେ ଶନିବାର ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ମୁକାବିଲାରେ ଆଫଗାନିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଛି । ଆଫଗାନିସ୍ତାନ ତା'ର ପ୍ରଥମ ମ୍ୟାଚ୍‌ ବିଶ୍ବ ଚାମ୍ପିଅନ ଅଷ୍ଟ୍ରେଲିଆ ଟିମ୍‌ ବିପକ୍ଷରେ ଖେଳିଥିଲା । ତେବେ ଆଫଗାନ ଟିମ୍‌କୁ 7 ଓ୍ବିକେଟ୍‌ରେ ପରାଜୟ କରି କଙ୍ଗାରୁ ଦଳ ପ୍ରଥମ ବିଜୟ ହାସଲ କରିଛି ।

ଫଟୋ ସୌଜନ୍ଯ: ସୋସିଆଲ ମିଡିଆ@cricketworldcup

ଏହି ପରାଜୟ ପରେ ଆଫଗାନିସ୍ତାନର ଅଧିନାୟକ ଗୁଲବଦୀନ ନୈବ ଟିମ୍‌ ପ୍ରଦର୍ଶନରେ ନିରାଶ ହୋଇଛନ୍ତି । ଗୁଲବଦୀନ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଚାମ୍ପିଆନ୍‌ ଟିମ୍‌ । ସେମାନଙ୍କ ବିପକ୍ଷରେ ଭୁଲ କରିବା ଆଦୌ ଉଚିତ୍‌ ନୁହେଁ । କିନ୍ତୁ ଆମେ ଏହି ମ୍ୟାଚ୍‌ର ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ କରିନଥିଲୁ । ତେଣୁ ଟିମ୍‌ ବଡ ସ୍କୋର କରି ପାରିଲା ନାହିଁ । ଆମର କିଛି ବ୍ୟାଟ୍ସମ୍ୟାନ୍‌ ସ୍ଥିତି ସମ୍ଭାଳିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ବିପକ୍ଷ ଦଳର ଦ୍ରୁତ ବୋଲରମାନେ ଆମ ବ୍ୟାଟ୍ସମ୍ୟାନ୍‌ଙ୍କୁ ବଡ ସ୍କୋର କରିବାକୁ ଦେଇନଥିଲେ ।
ଏଥିସହ ନୈବ କହିଛନ୍ତି ଯେ, ଆଗାମୀ ମ୍ୟାଚ୍‌ରେ ସ୍ପିନରଙ୍କ ଦ୍ବାରା ବିପକ୍ଷ ଟିମ୍‌କୁ ଚକମା ଦେଇ ଓ୍ବିକେଟ୍‌ ହାସଲ କରିବାର ଆଶା ରଖୁଛୁ । ଏହି ମ୍ୟାଚ୍‌ରେ ଆମର ଦ୍ରୁତ ବୋଲର ହାମିଦ ହସନ ଭଲ ପ୍ରଦର୍ଶନ କରିଛନ୍ତି ।

ସୂଚନାଥାଉକି, ପ୍ରଥମେ ବ୍ୟାଟିଂ କରି ଯୁବ ଆଫଗାନିସ୍ତାନ ଦଳ ମାତ୍ର 207ରେ କରିପାରିଥିଲା । ମିଚେଲ ଷ୍ଟାର୍କ, ପାଟ କମିନ୍ସ, ଆଡାମ ଜାମ୍ପା, ମାର୍କୋସ ଷ୍ଟୋନିସ ଆଫଗାନିସ୍ତାନ ଉପରେ ଭାରି ପଡିଥିଲେ । ମାତ୍ର 38.2 ଓଭରରେ ସମସ୍ତ ୱିକେଟ ହରାଇ ଆତ୍ମସମର୍ପଣ କରିଥିଲା ଆଫଗାନିସ୍ତାନ । ତେବେ 208ରନର ବିଜୟ ଲକ୍ଷ୍ୟକୁ ପିଛାକରି 34.5 ଓଭରରେ 3ୱିକେଟ ବିନିମୟରେ ବିଜୟଲକ୍ଷ୍ୟ ହାସଲ କରିଥିଲା କଙ୍ଗାରୁ ଦଳ । ଏଥିସହ କଙ୍ଗାରୁ ଟିମ୍‌ ତା'ର ପ୍ରଥମ ମ୍ୟାଚ୍‌ରୁ ବିଜୟ ଅଭିଯାନ ଆରମ୍ଭ କରିଛି ।

ABOUT THE AUTHOR

...view details