ହାଇଦ୍ରାବାଦ: ଅଲିଗଡରେ ଅଢେଇବର୍ଷର ଶିଶୁକନ୍ୟାକୁ ହତ୍ୟା ଘଟଣା ପୁରା ଦେଶକୁ ସ୍ତବ୍ଦକରିଛି । ତେବେ ଇଂଲଣ୍ଡରେ ଥାଇ ଭାରତୀୟ କ୍ରିକେଟ ଦଳର ଓପନର ଶିଖର ଧୱନ ଏହି ଘଟଣାରେ ଦୁଖ ପ୍ରକାଶ କରିଛନ୍ତି । ଏହାସହ ସଂପୃକ୍ତ ଅପରାଧୀକୁ କଠୋର ଦଣ୍ଡ ଦେବା ପାଇଁ ଧୱନ ଅପିଲ କରିଛନ୍ତି ।
ଅଲିଗଡ ଶିଶୁକନ୍ୟା ହତ୍ୟାକାରୀକୁ କଠୋର ଦଣ୍ଡ ମିଳୁ: ଶିଖର ଧୱନ - murdered
ଅଲିଗଡରେ ଅଢେଇବର୍ଷର ଶିଶୁକନ୍ୟା ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଅପରାଧୀକୁ କଠୋର ଦଣ୍ଡ ଦେବା ପାଇଁ ଭାରତୀୟ କ୍ରିକେଟ ଦଳର ଓପନର ଶିଖର ଧୱନ ଅପିଲ କରିଛନ୍ତି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଅଲିଗଡର ଟପ୍ପଲ ଅଞ୍ଚଳରେ ଅଢେଇ ବର୍ଷର ଏକ ଶିଶୁକନ୍ୟାକୁ କେହି ହତ୍ୟାକରି ଅଳିଆଗଦାରେ ପକାଇଥିଲା । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଥିଲେ ବି ପୋଲିସ କିଛି ପଦକ୍ଷେପ ନେଇନଥିଲା । ତେବେ ଚାରିଦିନ ଧରି ଶିଶୁ କନ୍ୟାଙ୍କୁ ନପାଇ ପରିବାର ଲୋକେ ଖୋଜିବା ଜାରି ରଖିଥିଲେ । ଶେଷରେ ଅଳିଆ ଗଦା ପାଖରେ ଶିଶୁକନ୍ୟାକୁ ଦେଖିବାକୁ ମିଳିଥିଲା । ବୁଲା କୁକୁର ଶିଶୁକନ୍ୟାର ଶରୀରକୁ କ୍ଷତ ବିକ୍ଷତ କରିଦେଇଥିଲେ ।