ଲାହୋର: ପାକିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଖେଳାଯିବ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଓ 3 ଟିକିଆ ଟି20 ସିରିଜ । ଏପ୍ରିଲ-ମଇରେ ଖେଳାଯିବାକୁ ଥିବା ଏହି ସିରିଜ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ ।
ପାକିସ୍ତାନ ଟିମ ଏପ୍ରିଲ 17ରେ ଜିମ୍ବାୱେ ଗସ୍ତ କରିବ ଓ 21 ଏପ୍ରିଲରେ ପ୍ରଥମ ଟି20 ମୁକାବିଲା ଖେଳାଯିବ । ଦୁଇ ଟିମ ମଧ୍ୟରେ ଟି20 ସିରିଜ ପରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା 29 ଏପ୍ରିଲରୁ 3 ମଇ ପର୍ଯ୍ୟନ୍ତ ଖେଳାଯିବ । ଦ୍ବିତୀୟ ଟେଷ୍ଟ 7ରୁ 11 ମଇ ପର୍ଯ୍ୟନ୍ତ ଖେଳାଯିବ ।